ପୁଣି ଫ୍ୟାନ୍ସ ହୃଦୟ ଜିତିଲେ ‘ପୁଷ୍ପା’ ଷ୍ଟାର, ପାନ ମସଲା ପରେ ମଦ ବିଜ୍ଞାପନ ଅଫରକୁ କଲେ ମନା

Published By : Prameya-News7 Bureau | August 12, 2022 IST

ମୁମ୍ବାଇ ୧୨।୦୮: ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ। ସେ କେବଳ ତାଙ୍କ ଫିଲ୍ମ ଓ ସ୍ୱଭାବରେ ନୁହେଁ ତାଙ୍କ ନିଷ୍ପତ୍ତିରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତନ୍ତି। ଏବେ ପୁଣିଥରେ ଅଭିନେତା ତାଙ୍କର ନୂଆ ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କିଛି ମାସ ପୂର୍ବରୁ ପୁଷ୍ପା ଷ୍ଟାର୍ ପାନ ମସାଲା ବ୍ରାଣ୍ଡ୍‌କୁ ପ୍ରୋତ୍ସାହିତ କରିବା ପାଇଁ ବିଜ୍ଞାପନ କରିବାକୁ ମନା କରିଦେଇଥିଲେ। ଏହି ବିଜ୍ଞାପନ ପାଇଁ ତାଙ୍କୁ ପ୍ରଚୁର ପରିମାଣର ମଧ୍ୟ ଅଫର ଦିଆଯାଇଥିଲା। କିନ୍ତୁ ଏଥିପାଇଁ ସେ ମନା କରିଦେଇଥିଲେ।

wp:html /wp:html

ବର୍ତ୍ତମାନ ପୁଣି ଥରେ ଅଲ୍ଲୁ ଏକ ବ୍ରାଣ୍ଡର ଅଫରକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଏକ ମଦ ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ କୋଟି କୋଟି ଟଙ୍କାର ଅଫରକୁ ମନା କରିଛନ୍ତି। ଏନେଇ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତମ୍ଭକାର ମନୋବାଲା ବିଜୟବାଲାନ ଏହି ସୂଚନା ଦେଇଛନ୍ତି। ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେ ଅଲୁ ଅର୍ଜୁନଙ୍କ ବ୍ରାଣ୍ଡ୍ ବିଷୟରେ ଲେଖିଛନ୍ତି, ‘ମଦ ଏବଂ ପାନ ମସାଲା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ ଅଲ୍ଲୁ ଅର୍ଜୁନ ୧୦ କୋଟି ଟଙ୍କାର ଅଫର କରାଯାଇଥିଲା। କିନ୍ତୁ ତାହାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବର୍ତ୍ତମାନ ସେ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ପାଇଁ ୭.୫ କୋଟି ଟଙ୍କା ଚାର୍ଜ କରୁଛନ୍ତି।’

ମନୋବାଲା ବିଜୟବାଲାନଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଟ୍ୱିଟ୍‌କୁ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି। କମେଣ୍ଟ ଦେଇ ସେମାନେ ତାଙ୍କର ପ୍ରଶଂସା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.