ରେକର୍ଡ ଭାଙ୍ଗିଲା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା': ଦୁଇ ଦିନରେ ୧୦୦ କୋଟି ଟଙ୍କା କ୍ଲବରେ ସାମିଲ

Published By : Prameya-News7 Bureau | December 19, 2021 IST

ମୁମ୍ବାଇ ୧୯/୧୨ : କରୋନା ପରେ ସିନେମାହଲ ଖୋଲିବା ପରେ ଫିଲ୍ମ ନିର୍ମାତା ଗୋଟିଏ ପରେ ଗୋଟିଏ ନିଜ ନିଜର ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି। ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଘରେ ବସିଥିବା ଦର୍ଶକ ମଧ୍ୟ ବହୁତ ୟତସହିତ। ବଲିଉଡ ସହ ହଲିଉଡ ଓ ସାଉଥ ଫିଲ୍ମକୁ ମଧ୍ୟ ଜବରଦସ୍ତ ରେସପନ୍ସ ମିଳୁଛି। ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା:ଦ ରାଇଜ' ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଫିଲ୍ମ ରିଲିଜ ହେବାପରେ ବକ୍ସ ଅଫିସରେ ରେକର୍ଡ କରିଛି। ଫିଲ୍ମର ପ୍ରଥମ ଦିନର କଲେକ୍ସନ ସୂର୍ଯ୍ୟବଂଶୀ ଓ ସ୍ପାଇଡର ମ୍ୟାନକୁ ମଧ୍ୟ ପଛରେ ପକାଇ ଦେଇଛି। ସ୍ପାଇଡର ମ୍ୟାନ ପ୍ରଥମ ଦିନରେ ୪୧.୫୦ କୋଟି ଓ ସୂର୍ଯ୍ୟବଂଶୀ ୩୧.୪୦ କୋଟି ଟଙ୍କା ରୋଜଗାର କରିଥିଲା।

{"id":561975,"sizeSlug":"full","linkDestination":"none"}

ଫିଲ୍ମ ପୁଷ୍ପାର ଦ୍ୱିତୀୟ ଦିନର ରୋଜଗାର ସାମ୍ନାକୁ ଆସିଛି। ସିନେମାହଲରେ ବର୍ତ୍ତମାନ ହଲିଉଡ଼ ଫିଲ୍ମ ସ୍ପାଇଡର ମ୍ୟାନ ମଧ୍ୟ ଲାଗିଛି। କିନ୍ତୁ ପୁଷ୍ପା ଅଧିକ ରୋଜଗାର କରିଛି। ଫିଲ୍ମ ୱାର୍ଲଡୱାଇଡ ୧୦୦ କୋଟି ଟଙ୍କା ରୋଜଗାର କରିଛି। ଟ୍ରେଡ଼ ଆନାଲିଷ୍ଟ ରମେଶ ଵାଲା ଏକ ଟ୍ୱିଟରେ ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ପୁଷ୍ପା ଦୁଇ ଦିନରେ ୧୦୦ କୋଟି ବକ୍ସ ଅଫିସ କଲେକ୍ସନ କରିଛି।

{"id":561977,"sizeSlug":"full","linkDestination":"none"}

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ କହିଛନ୍ତି ଯେ ପୁଷ୍ପା ହିନ୍ଦୀ ଭାଷାରେ ମଧ୍ୟ ଭଲ ରୋଜଗାର କରିଛି। ଏହାର ହିନ୍ଦୀ ଭର୍ସନ ଶୁକ୍ରବାର ଦିନ ୩ କୋଟି ଓ ଶନିବାର ଦିନ ୪ କୋଟି ରୋଜଗାର କରିଛି।

wp:embed {"url":"https://twitter.com/rameshlaus/status/1472391562160054272?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1472391562160054272%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.livehindustan.com%2Fentertainment%2Fstory-pushpa-box-office-collection-day-2-allu-arjun-and-rashmika-mandanna-starrer-film-crossed-100-crs-5362526.html","type":"rich","providerNameSlug":"twitter","responsive":true}
https://twitter.com/rameshlaus/status/1472391562160054272?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1472391562160054272%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.livehindustan.com%2Fentertainment%2Fstory-pushpa-box-office-collection-day-2-allu-arjun-and-rashmika-mandanna-starrer-film-crossed-100-crs-5362526.html
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.