ଏସଏଚଜିକୁ ଧାନମଣ୍ଡି ନେଇ ତୀଵ୍ର ପ୍ରତିକ୍ରିୟା, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

Published By : Prameya-News7 Bureau | July 16, 2022 IST

ଢେଙ୍କାନାଳ, ୧୬/୦୭: ମହିଳା ସଶକ୍ତିକରଣରେ ମହିଳାମାନଙ୍କୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଏସଏଚଜି ଗ୍ରୁପ୍‌ ମାନଙ୍କ ଜରିଆପେ ଧାନ ମଣ୍ଡି କରି ଧାନ କିଣାଯାଇଥିଲା । ମାତ୍ର ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକ ଅନ୍ତର୍ଗତ କରମୂଳ ପଂଚାୟତରେ ଧାନ ମଣ୍ଡିରେ ମନମାନି କରାଯାଇଥିବାରୁ ଚାଷୀମାନେ ଧନ ବିକ୍ରି କରିବାରେ ନାକେଦମ ହୋଇଥିବା ଅଭିଯୋଗ ଉଠିଛି ।  ଏହାର ପ୍ରତିବାଦରେ କରମୂଳ ପଂଚାୟତର ଚାଷୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିବାଦ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଫଳରେ ଚଳିତ ବର୍ଷ ଧାନ କିଣା ପାଇଁ ଉକ୍ତ ଏସଏଚଜି ଗ୍ରୁପ୍‌କୁ ପରିବର୍ତ୍ତନ କରାଯାଇ ଅନ୍ୟ ଗ୍ରୁପଙ୍କୁ ଦେବା ପାଇଁ ଚାଷୀମାନେ ଅଡ଼ି ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.