ପୁଣି ବର୍ଦ୍ଦି ବଦନାମ୍ : ପୋଲିସ କର୍ମୀଙ୍କ ନାଁରେ ଅସଦାଚରଣ ଅଭିଯୋଗ, ପାଟି କଲେ ମିଛ କେସ୍‌ରେ ଫସାଇଦେବୁ...

Published By : Prameya-News7 Bureau | September 09, 2020 IST

ବରଗଡ଼ ୦୯।୦୯: ଖାକିରେ ବର୍ଦ୍ଦିରେ  ପୁଣି ଲାଗିଲା କଳଙ୍କ । ବରଗଡ଼ରୁ ଆସିଛି ସଂଘାତିକ ଅଭିଯୋଗ । ବରଗଡ଼ ଟାଉନ ଥାନା ଖଲିଆପାଲି ଗାଁର ଜଣେ ଯୁବତୀଙ୍କୁ ପିସିଆର୍ ଭ୍ୟାନ୍ ରେ ଉଠାଇ ନେଇ କିଛି ପୋଲିସ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

{"id":327068,"sizeSlug":"large"}

ଗତ ୬ ତାରିଖ ସଂଧ୍ୟାରେ ଯୁବତୀ ଅନଲାଇନ୍ କ୍ଲାସ୍ ବାବଦରେ ବୁଝିବାକୁ ସାଙ୍ଗ ଘରକୁ ଯାଉଥିବା ବେଳେ, ରାସ୍ତାରେ ତାକୁ ଉଠାଇ ନେଇଥିଲେ ପିସିଆର୍ ଭ୍ୟାନ୍ ରେ ଥିବା ପୋଲିସ କର୍ମଚାରୀ । ଦେଢ ଘଣ୍ଟା ପିସିଆର୍ ଭ୍ୟାନ୍ ଭିତରେ ଯୁବତୀଙ୍କୁ ଅସଦାଚରଣ କରିବା ସହ ପାଟି କଲେ ମିଛ କେସ୍ ରେ ଫସାଇଦେବାକୁ ଧମକ ମଧ୍ୟ ଦେଇଥିଲେ ।

{"id":327069,"sizeSlug":"large"}

ଏନେଇ ଯୁବତୀ ଜଣଙ୍କ ଟାଉନ୍ ଥାନାରେ ଅଭିଯୋଗ କରିବା ସହ ସାମ୍ନାକୁ ଆସିଛି ପୂରା ଘଟଣା । ଘଟଣାର ତଦନ୍ତ କରାଯାଇ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ଯୁବତୀ ଜଣକ । ତେବେ ଏଭଳି ଘଟଣାକୁ ନେଇ ପୋଲିସ ବିଭାଗର ବଡ଼ ବାବୁମାନେ କ’ଣ ଆକ୍ସନ ନେଉଛନ୍ତି ତା’ ଉପରେ ନଜର ରହିଛି ।

{"id":327070,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.