scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋ ବସ୍‌ରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ! ଥାନାରେ ଗାଡି ସହ କର୍ମଚାରୀ ଅଟକ

30/09/2023 at 7:58 AM

କଟକ ୩୦।୦୯ : ମୋ ବସରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଆଉ ଏହି ଅସଦାଚରଣ ଅଭିଯୋଗରେ ବସ୍ କର୍ମଚାରୀ ଅଟକ । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ବସ୍‌ କର୍ମଚାରୀଙ୍କୁ ଅଟକ ରଖିଛି।

ତେବେ କଟକ ଶିଖରପୁର ଜାତୀୟ ରାଜପଥ ନିକଟରେ ଯୁବତୀଙ୍କ ଅଭିଯୋଗ ପରେ ବସକୁ ଅଟକାଇଲେ ଲୋକେ । ବସକୁ ଚାଉଳିଆଗଞ୍ଜ ପୋଲିସ ଜିମା ଦେଲେ ଲୋକେ । ଯୁବତୀ ମାନେ ପଟିଆରୁ ଜଗତପୁର ଆସୁଥିଲା ବେଳେ ନନ୍ଦନକାନନ ନିକଟରେ ବସ୍ କଣ୍ଡକ୍ଟର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ଏହି ଘଟଣାରେ ଯୁବତୀଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଚାଉଳିଆଗଞ୍ଜ ଥାନାରେ ହୋଇନାହିଁ। ଥାନା ନିକଟରେ ଭିଡ ଲାଗି ରହିଥିବା ବେଳେ ମୋ ବସଟି ସହ ଡ୍ରାଇଭରକୁ ପୋଲିସ୍ ଅଟକ ରଖିଛି।

   Related Posts