ବୋରିଗୁମ୍ମା ୨୬/୦୨: ହନୁମାନ ମନ୍ଦିରରେ ଚୋରି । ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରେ ଗତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ କରିଛନ୍ତି ପୂଜକ ।
ସୂଚନାଥାଉକି, ଆଜି ସକାଳୁ ସକାଳୁ ମନ୍ଦିର ମୁଖ୍ୟ ପୂଜକ ନୀତିକାନ୍ତି ପାଇଁ ଆସି ଦ୍ୱାର ଖୋଲିବା ବେଳେ ମନ୍ଦିର ଘଣ୍ଟି ନାହିଁ ପରେ ରାମ ଲକ୍ଷଣ ଏବଂ ସୀତା ମୂର୍ତ୍ତିରେ ଥିବା ରୁପା ମୁକୁଟ ନାହିଁ । ମନ୍ଦିର ଆସବାବପତ୍ର ଏଣେ ତେଣେ ପଡିଛି ବଡ଼ ବଡ଼ ପିତଳ ଘଣ୍ଟି ମନ୍ଦିରର କିଛି ଦୂରରେ ପଡି ରହିଛି ।
wp:embed {"url":"https://www.prameyanews7.com/idol-reportedly-stolen-from-kapalmochan-temple-in-puri/","type":"wp-embed","providerNameSlug":"prameya-news-7"} /wp:embedଚୋରି ହୋଇଥିବା ଜାଣିବାକୁ ପାଇ ପୂଜକ ସଙ୍ଗେ ସଙ୍ଗେ ମନ୍ଦିର କମିଟିଙ୍କୁ ଖବର ଦେଇଥିଲେ । କମିଟି ଏବଂ ପୂଜକ ମିଶି ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି ।