ସରକାରୀ ହଷ୍ଟେଲ ନିର୍ମାଣରେ ଦୁର୍ନୀତି ଅଭିଯୋଗ, ଗିରଫ ହେଲେ ଦୁଇ ଯନ୍ତ୍ରୀ

Published By : Prameya-News7 Bureau | September 04, 2023 IST

କଟକ: ସରକାରୀ ହଷ୍ଟେଲ ନିର୍ମାଣରେ ଦୁର୍ନୀତି। ସୋନପୁର ଜିଲ୍ଲାରେ ସରକାରୀ ହଷ୍ଟେଲରେ ନିମ୍ନ ମାନର କାର୍ଯ୍ୟ କରିଥିବା ଅଭିଯୋଗରେ ଗିରଫ ହେଲେ ଦୁଇ ଜଣ ଯନ୍ତ୍ରୀ। ସେମାନଙ୍କ ନାମ ସୌରଭ ଦେ ଓ ସପ୍ତର୍ଷି ଗୋସ୍ୱାମୀ। ସୋମବାର ଏମାନଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।

ଅଭିଯୋଗ ପରେ ଏମାନଙ୍କ ବିରୋଧରେ ତଦନ୍ତ ହୋଇଥିଲା। ଦୁଇ ଯନ୍ତ୍ରୀ, ହଷ୍ଟେଲ ନିର୍ମାଣ କାର୍ଯ୍ୟର ଯାଞ୍ଚ ନକରି ଠିକାଦାରଙ୍କୁ ବିଲ୍‌ ପାସ କରାଇଥିଲେ। ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ। ପୂର୍ବରୁ ମଧ୍ୟ ଏହି ମାମଲାରେ ଠିକା ସଂସ୍ଥା ଏଚଏସସିଏଲର ଠିକାଦାର ବାପା ପୁଅ ବିଜୟ କୁମାର ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗଣ ଆନ୍ଦୋଳନ,ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ସୂଚନାଯୋଗ୍ୟ, ସୋନପୁର ଜିଲ୍ଲାରେ ସରକାରୀ ଏସସି ଏସଟି ବିଭାଗ ଦ୍ଵାରା ନିର୍ମାଣ କରାଯାଉଛି। ଏହି ୧୦୦ ବେଡ ବିଶିଷ୍ଟ ହଷ୍ଟେଲ ନିର୍ମାଣରେ ନିମ୍ନ ମାନର କାର୍ଯ୍ୟକରି ପ୍ରାୟ ୩୪ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ କହିଛନ୍ତି ଭିଜିଲାନ୍ସ ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.