ଡ୍ରେସ୍ ଦୋକାନୀଙ୍କ ଘରେ ବୋମାମାଡ଼; ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ
1/02/2023 at 7:22 PM

ବ୍ରହ୍ମପୁର ୦୧/୦୨: ଗଞ୍ଜାମ ଜିଲ୍ଲା କେ ନୂଆଁଗାଁ ଥାନା ଅଧୀନ ଚିକିଟିପେଣ୍ଠ ଅଞ୍ଚଳରେ ବୋମା ମାଡ଼। ଭୋର ସକାଳ ସମୟରେ ଏପରି ଅଘଟଣ ହୋଇଥିବା ଜଣାପଡ଼ିଛି। ଚିକିଟି ପେଣ୍ଠ ଷ୍ଟେଟବ୍ୟାଙ୍କ ପାଖ ଡ୍ରେସ ଦୋକାନୀ ସତ୍ୟ ନାରାୟଣ ସାହୁଙ୍କ ଘର ଉପରେ ବୋମା ମାଡ଼ କରାଯାଇଛି। ସେ ଘରେ ଶୋଇଥିବା ବେଳେ ବୋମା ମାଡ଼କରାଯାଇଥିଲା ବୋଲି ସୂଚନାମିଳିଛି।

ସତ୍ୟନାରାୟଣଙ୍କ ପରିବାର ଲୋକ ବିସ୍ଫେରଣ ଶବ୍ଦ ଶୁଣି ଘର ବାହାରକୁ ଚାଲିଆସିଥିଲେ। ଏହାପରେ ସେମାନେ ଏନେଇ କେ ନୂଆଁଗାଁ ଥାନା ରେ ଅଭିଯୋଗ କରିଛନ୍ତି। ଏହା ଜାଣି ଘଟଣାସ୍ଥଳରେ ଥାନାକାରୀ ମୃତୁଞ୍ଜୟ ସ୍ୱାଇଁ ପହଞ୍ଚି ତଦନ୍ତ କରିବା ସହ ତନାଘନା ଜାରି ରଖିଛନ୍ତି। ବୋମା ମାଡ଼ର କାରଣ ଅସ୍ପଷ୍ଟ ରହିଛି। ସେଠାରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ଅନ୍ୟପଟେ ସାଇଣ୍ଟିଫିକ୍ ଟିମ ମଧ୍ୟ ସେଠାରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଆରକ୍ଷି ଅଧିକ୍ଷକ ଜଣାଇଛନ୍ତି