suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚାଷୀଙ୍କୁ ଉଠ୍‌ବସ କରାଇଲେ ତହସିଲଦାର: ଜଣଙ୍କୁ ୮ ଥର, ଅନ୍ୟ ଜଣଙ୍କୁ ୧୦ ଥର

8/11/2020 at 4:51 PM

ଆଠମଲ୍ଲିକ୮/୧୧: ଧାନ ବିଲରୁ ଫେରିବା ବେଳେ ଚାଷୀଙ୍କୁ କାନ ଧରି ଉଠ୍‌ବସ୍‌ କରାଇଲେ ତହସିଲଦାର।  ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଲେଜ ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମାସ୍କ ଚେକିଂ ବେଳେ ୨ ଜଣ ଚାଷ କାର୍ଯ୍ୟ ସାରି ଫେରୁଥିଲେ। ଏହି ସମୟରେ ତହସିଲଦାର ତାଙ୍କୁ ଅଟକାଇ ଉଠବସ୍ କରାଇଥିବା ଅଭିଯୋଗ ହୋଇଛି। ଯେହେତୁ ୨ ଜଣ ମାସ୍କ ପିନ୍ଧିନଥିଲେ, ସେଥିପାଇଁ ତାଙ୍କୁ ଜରିମାନା କରିବା ବଦଳରେ ଚାଷୀଙ୍କୁ ଉଠ୍‌ବସ୍ କରାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ତହସିଲଦାର ଶ୍ରୀ ସାହୁ ଜରିମାନା ବଦଳରେ ୧୦ ଥର ଉଠ୍‌ବସ ହେବା ପାଇଁ କହିଥିଲେ। ଫଳରେ ଗରିବ ଖଟିକିଆ ଚାଷୀ ଦୁଇଜଣ ଭୟରେ ଚାଷୀ ମାଗୁଣି ଆଠଥର ଓ ସୁଶାନ୍ତ ୧୦ ଥର ଉଠବସ ହୋଇଥିଲେ l ଏହା କିଶୋରନଗର ତହସିଲଦାର  ଶ୍ରୀ ସାହୁ ଦବଙ୍ଗଗିରୀ କରି ଉଠବସ କରାଇବା ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି l

   Related Posts