ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
16/03/2023 at 12:34 AM

ଚଣ୍ଡିଖୋଲ ୧୬/୦୩: ଜିଲ୍ଲା ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ। ପଞ୍ଚାୟତର ଆର୍ଥିକ ବର୍ଷ ୨୦୨୨-୨୩ରେ ପାନୀୟ ଜଳ ଯୋଗାଣ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଥିଲା। କିନ୍ତୁ ପଞ୍ଚାୟତରେ କୌଣସି ଜଳ ଯୋଗାଣ ହୋଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ପଞ୍ଚାୟତ ପାର୍କର ରକ୍ଷଣ ବେକ୍ଷଣ ଓ ବିଭିନ୍ନ ଉନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଦୁର୍ନୀତି ବିରୋଧରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ପଞ୍ଚାୟ କାର୍ଯ୍ୟାଳୟ ଘେରଉ କରିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସେପଟେ ଏହି ଅଭିଯୋଗ ପାଇବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।