ଖରଗୋନ ୨୫।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ମଧ୍ୟପ୍ରଦେଶରେ ଶୁକ୍ରବାର ତୃତୀୟ ଦିନ। ଯାତ୍ରା ଏବେ ଖରଗୋନ ଜିଲ୍ଲାରେ ଚାଲିଥିବା ବେଳେ ଏଥିରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଉଥିବା ବିଜେପି ଅଭିଯୋଗ ଆଣିଛି। ଏହାକୁ ନେଇ ବିଜେପି ରାହୁଲଙ୍କ ଉପରେ ଆକ୍ରମକ ହୋଇଥିବା ବେଳେ କଂଗ୍ରେସ ଏହାକୁ ଷଡ଼ଯନ୍ତ୍ର କହିଛି।
ବିଜେପି ରାଜ୍ୟ ଅଧ୍ୟକ୍ଷ ବିଷ୍ଣୁଦତ୍ତ ଶର୍ମା ଶୁକ୍ରବାର ଟ୍ୱିଟ୍ରେ ଯାତ୍ରାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଅତ୍ୟନ୍ତ ଲଜ୍ଜାଜନକ ବୋଲି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଖରଗୋନରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ଖୋଲାଖୋଲି ‘ପାକିସ୍ତନ ଜିନ୍ଦାବାଦ’ ସ୍ଲୋଗାନ କଂଗ୍ରେସର ଦେଶ ବିଭାଜନ ମାନସିକତାକୁ ପୁଣି ଥରେ ଉଜାଗର କରିଛି। ଏହା ଭାରତ ଯୋଡୋ ନୁହେଁ ଭାରତ ତୋଡୋ ଯାତ୍ରା ବୋଲି ବାରମ୍ବାର ପ୍ରମାଣିତ ହେଉଛି। ଏଥିଲାଗି ରାହୁଲଙ୍କୁ ଦେଶକୁ କ୍ଷମା ଯାଚନା କରିବା ଦରକାର ବୋଲି ଶର୍ମା ଉଲ୍ଲେଖ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏହି ଭିଡିଓକୁ ଟ୍ୱିଟ୍ କରିଛନ୍ତି। ସେ ଭାରତ ଯୋଡୋ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ, ଭାରତ ଯୋଡିବା ନା ଭାରତକୁ ତୋଡିବା ଲୋକଙ୍କ ସହ ଯୋଡିବା ବୋଲି ପ୍ରଶ୍ନ କରିଛନ୍ତି। ପ୍ରଥମେ ବି ଭାରତ ଭାଗ ଭାଗ ହୋଇଛି ଏହା ପରେ ବି ଭାରତ ବିଭାଜନର ଇଛା ଅଛି କି ବୋଲି ଶିବରାଜ ପଚାରିଛନ୍ତି। ତେବେ ପାକିସ୍ତାନ ଜିନ୍ଦାବାଜ ସ୍ଲୋଗାନ ଦେଇଥିବା ଲୋକେ ବର୍ତ୍ତିବେନି ବୋଲି ଶିବରାଜ ଟ୍ୱିଟ୍ରେ ସତର୍କ କରିଦେଇଛନ୍ତି।
wp:html/wp:htmlबेहद शर्मनाक!
— VD Sharma (@vdsharmabjp) November 25, 2022
खरगोन में राहुल गांधी की भारत जोड़ो यात्रा में सरेआम “पाकिस्तान जिन्दाबाद” के नारे से कांग्रेस की देश तोड़ने की मानसिकता फिर से उजागर हुई है।
यह बार बार साबित हो रहा है कि यह भारत तोड़ो यात्रा है। इस निंदनीय कृत्य के लिए राहुल गांधी को देश से माफ़ी मांगना चाहिए। pic.twitter.com/CXq1a09xVF
ସେହିପରି ମଧ୍ୟପ୍ରଦେଶ ବିଜେପି ମିଡିଆ ପ୍ରଭାରୀ ଲୋକେନ୍ଦ୍ର ପରାସର ମଧ୍ୟ ଭିଡିଓକୁ ଟ୍ୱିଟ୍ କରିଛନ୍ତି। ଉଲ୍ଲେଖ କରିଛନ୍ତି ଯେ ଭାରତ ଯୋଡୋ ଯାତ୍ରାରେ ଖୋଲାଖୋଲି ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଛି। ଏହାକୁ କଂଗ୍ରେସର ଅଧିକାରୀ ଟ୍ୱିଟ୍ ହ୍ୟାଣ୍ଡଲରୁ ମଧ୍ୟ ଟ୍ୱିଟ୍ କରାଯାଇଛି, ଯାହାକୁ ପରେ ହଟାଇ ଦିଆଯାଇଛି। ତେବେ କଂଗ୍ରେସର ବାସ୍ତବତା ସାମ୍ନାକୁ ଆସିଯାଇଛି ବୋଲି ସେ ଟ୍ୱିଟ୍ କରିଛନ୍ତି।
ତେବେ ଭିଡିଓକୁ ନେଇ କଂଗ୍ରେସ ନେତାମାନେ ନିଜର ପ୍ରତିକ୍ରିୟାରେ ସ୍ପଷ୍ଟିକରଣ ଦେଇଛନ୍ତି। ପାର୍ଟିର ମିଡିଆ ପ୍ରଭାରୀ ଜୟରାମ ରମେଶ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଯାତ୍ରାକୁ ଅତ୍ୟନ୍ତ ସଫଳ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଭାରତ ଯୋଡୋ ଯାତ୍ରାକୁ ବଦନାମ କରିବା ପାଇଁ ବିଜେପି ଡର୍ଟି ଟ୍ରିକ୍ସ ବିଭାଗ ଦ୍ୱାରା ଏକ ସମ୍ପାଦିତ ଭିଡିଓ ପ୍ରସାରଣ କରାଯାଉଛି। ଏ ବାବଦେ ଆମେ ତତ୍କାଳ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଉଥିବା ରମେଶ ଉଲ୍ଲେଖ କରିଛନ୍ତି।
ମଧ୍ୟପ୍ରଦେଶରେ ଅନୁଷ୍ଠିତ ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧିଙ୍କ ସହ ତାଙ୍କ ଭଉଣୀ ତଥା ପାର୍ଟିର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା, ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ, ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କମଲନାଥ, ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସମେତ କଂଗ୍ରେସର ତମାମ ବଡବଡ ନେତାମାନେ ଚାଲୁଛନ୍ତି। ଶୁକ୍ରବାର ସକାଳ ୬ଟାରୁ ଯାତ୍ରାର ପ୍ରାରମ୍ଭ ଖେରଦା ଗ୍ରାମରୁ ଆରମ୍ଭ ହୋଇଥିବା ବେଳେ ଆଗକୁ ବଢୁଛି। ଯାତ୍ରାକୁ ବିଭିନ୍ନ ସ୍ଥାନରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ମଞ୍ଚମାଧ୍ୟମରେ ସ୍ୱାଗତ କରୁଛନ୍ତି।