ଚଣ୍ଡୀଖୋଲ ୨୦/୦୯: ଯାତ୍ରୀଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ। ଯାଜପୁର ଚଣ୍ଡିଖୋଲ ଟ୍ରାଫିକ ଛକ ପାଖରେ ବସକୁ ଅପେକ୍ଷା କରିଥିବା ଦୁଇ ଯାତ୍ରୀଙ୍କ ଉପରେ ବାଲିଚନ୍ଦ୍ରପୁର ପୋଲିସ ଭ୍ୟାନ ମାଡି ଯାଇଥିବା ଅଭିଯୋଗ ହୋଇଛି। ଦୁଇ ଆହତଙ୍କୁ ଭ୍ୟାନ୍ ଚକା ତଳୁ ଉଦ୍ଧାର କରି ସ୍ଥାନୀୟ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେପଟେ ଏଥିପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି।
ଲଣ୍ଡନରେ ପାଠପଢା,ଭାରତରେ ଲଢୁଛନ୍ତି ଭୋଟ୍,ଚର୍ଚ୍ଚାରେ...