ପ୍ରକଳ୍ପ ନିର୍ମାଣ ପରେ ବିଲ୍ ଟଙ୍କା ଦିଆଯାଉ ନଥିବା ଅଭିଯୋଗ, ଅନଶନ ଚେତାବନୀ ଦେଲେ ଠିକାଦାର

Published By : Prameya-News7 Bureau | September 24, 2022 IST

 ପୁରୁଷୋତ୍ତପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ସିଏଚ ନୂଆଗାଁ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ ନିର୍ମାଣର କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ନିର୍ମାଣରେ ଖର୍ଚ୍ଚ ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି l ଦୀର୍ଘ ୨ ବର୍ଷରୁ ଅଧିକ ଦିନ ପରେ ବି ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି।

ଶନିବାର ପୁରୁଷୋତ୍ତମପୁର ବ୍ଲକର ବିଡ଼ିଓ ବିଜୟ କୁମାର ବେହେରାଙ୍କୁ ସାକ୍ଷାତ କରି ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁସାରେ, ପଞ୍ଚାୟତର ଅଙ୍ଗନବାଡି ଗୃହ, ବିଜୁପଟ୍ଟନାୟକ ଷ୍ଟାଡିୟମ, ମାର୍କେଟ କମ୍ପ୍ଲେକ୍ସ, ହନୁମାନ ମୂର୍ତ୍ତି, ଶ୍ମଶାନ ଗୃହ,କମ୍ୟୁନିଟି ହଲ ଭଲି ବହୂ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି  l କିନ୍ତୁ ଦୀର୍ଘ ବର୍ଷ ହେଲା ପ୍ରାପ୍ୟ ମିଳୁନଥିବା ନଥିବାରୁ ପରିବାର ଚଳାଇବା କଷ୍ଟ ହୋଉଥିବା ଠିକାଦାର କହିଛନ୍ତି l ଏଣୁ ଯଥା ଶୀଘ୍ର ସମସ୍ତ ବେକୟା ପାଉଣା ପ୍ରଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି l ଏହାସହ ଦାବି ପୂରଣ ନହେଲେ ଆନ୍ଦୋଳନର ଚେତବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.