ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଅଭିଯୋଗ; ତୁରନ୍ତ ଗିରଫ ଦାବି କଲା ବିରଜା ସେନା, ମା’ଙ୍କର ହେଲା ମହାସ୍ନାନ

22/11/2022 at 7:26 PM

ଯାଜପୁର ୨୨/୧୧: ଯାଜପୁରରେ ମା ବିରଜାଙ୍କ ମନ୍ଦିରରେ ଅଣ ହିନ୍ଦୁ ପ୍ରବେଶକୁ ନେଇ ଥାନାରେ ଅଭିଯୋଗ। ଏନେଇ ବିରଜା ବାହିନୀ ପକ୍ଷରୁ  ଯାଜପୁର ଥାନାରେ ଅଭିଯୋଗ ହୋଇଛି। ଖବର ଅନୁସାରେ ନଭେମ୍ୱର ୨୦ରେ ଯାଜପୁରର ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଓଲିଉଡ୍‌ ଗାୟକ ତାରିକ୍‌ ଅଜିଜ୍‌  ଯୋଗ ଦେଇଥିଲେ। ଏହାପରେ ସେ ବିରଜାଙ୍କ ମନ୍ଦିରକୁ ଯାଇ ମାଙ୍କୁ ଦର୍ଶନ କରିବା ପରେ ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରିଥିଲେ। ଏହି କାରଣରୁ ତାରିକ୍‌ଙ୍କୁ ଗିରଫ କରିବା ସହିତ ଏଥିରେ ଯଡ଼ିତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଗିରଫ ଦାବି କରି ବିରଜା ବାହିନୀ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଖାଲି ସେତିକି ନୁହେଁ ଅଣହିନ୍ଦୁ ପ୍ରବେଶ ଉପରେ ରୋକ ଥିବାବେଳେ ତାରିକ୍‌ କିପରି ମନ୍ଦିରକୁ ପ୍ରବେଶ କଲେ ସେନେଇ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ତେବେ ମଙ୍ଗଳବାର ଏନେଇ ମନ୍ଦିରରେ ଶୋଧନ କାର୍ଯ୍ୟ କାରଣରୁ ଶ୍ରଦ୍ଧାଳୁ ମାନେ ମା ବିରଜାଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ସେପଟେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନେ ୨୪ ଘଣ୍ଟା ମଧ୍ୟରେ ଗିରଫ ନହେଲେ ବିରଜା ବାହିନୀ ମନ୍ଦିର ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରିବ ବୋଲି ବିରଜା ବାହିନୀ ସଭାପତି କହିଛନ୍ତି। ଅନ୍ୟପଟେ ମାଙ୍କ ମହାସ୍ନାନ ହୋଇଥିବାରୁ ମନ୍ଦିରରେ  ବହୁ ସମୟ ପର୍ଯ୍ୟନ୍ତ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ହଟହଟା ହୋଇଥିବା ଦେଖିବାକୁ ମିଳିଛି।

   Related Posts