ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ନିମ୍ନମାନର କାମ କରି ଅର୍ଥ ହଡପ ଅଭିଯୋଗ

Published By : Prameya-News7 Bureau | December 09, 2022 IST

ଫୁଲବାଣୀ, ୦୯/୧୨: ସରକାର ଗ୍ରାମାଞ୍ଚଳ ଲୋକଙ୍କ ଗମନା ଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରୁଛନ୍ତି l ହେଲେ ଯନ୍ତ୍ରୀ ଠିକାଦାର ମିଶି ନିମ୍ନମାନର ତଥା ଉପର ଠାଉରିଆ ଭାବେ କାମ କରି ସିଂହ ଭାଗ ଅର୍ଥ ଚଳୁ କରିଦେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ରାସ୍ତାକାମ ଏଷ୍ଟିମେଟ ପ୍ରକାରେ ଭଲ ଭାବେ କରିବାକୁ ଠିକାଦାର କିମ୍ବା ସୁପରଭାଇଜରକୁ କହିଲେ ସେମାନେ ଓଲଟା ଧମକ ଦେଉଛନ୍ତି l

ଯନ୍ତ୍ରୀ ଓ ରାଜନୈତିକ ନେତାମାନଙ୍କୁ ମୋଟା ଅଙ୍କର ଦେବାକୁ ପଡୁଛି । ଏଣୁ ଅଭିଯୋଗ କଲେ ବି ଅମର ଅସୁବିଧା ହେବନି ବୋଲି ସୁପରଭାଇଜର କହୁଥିବା ଶୁଣିବାକୁ ମିଳୁଛି l ଏଭଳି ସଂଗୀନ ଅଭିଯୋଗ ଆସିଛି କେଲାପଡା ଅଂଚଳରୁ l ପ୍ରାୟ ୨ କୋଟି ୮୫ ଲକ୍ଷ ୨୭ ହଜାର ଟଙ୍କା ବ୍ୟୟରେ ବାଳକିଡାଡି -କେଲାପଡା ରାସ୍ତା ନିର୍ମାଣରେ ଏଭଳି ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆସିଛି l ରାସ୍ତାକାମ ୨୭ ମେ ୨୦୨୧ରୁ ଆରମ୍ଭ ହୋଇ ୨୬ ଏପ୍ରିଲ ୨୨ରେ ସରିବା କଥା lତେବେ ଇତି ମଧ୍ୟରେ ୮ ମାସ ବିତି ଯାଇଥିଲେ ବି ରାସ୍ତା କାମ ସରିବାକୁ ନାହିଁ l ରାସ୍ତା କାମ ଏତେ ନିମ୍ନ ମାନର ଯେ, ରାମ୍ପି ଦେଲେ ଉଠିଯାଉଛି l କାର୍ଯ୍ୟରତ ଶ୍ରମିକମାନଙ୍କୁ କମ ପାରିଶ୍ରମିକ ମିଳିବା ଓ ବିଳମ୍ବରେ ଦିଆଯାଉଥିବା କୁହାଯାଉଛି l

ଲୋକେ ଏବେ କାମ ବନ୍ଦ କରିବା ସହ ତଦନ୍ତ ନ ସରିବା ଯାଏଁ ଠିକାଦାରଙ୍କୁ କୌଣସି ବିଲ ପୈଠ ନକରିବା ଲାଗି ଦାବି କଲେଣି l ଦାଇତ୍ୱରେ ଥିବା ଯନ୍ତ୍ରୀ କୁଆଡେ ପିସି ନେଇ କାମ ଦେଖିବାକୁ ନଯିବା ସନ୍ଦେହ ସୃଷ୍ଟି କରିଛି l ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ରାସ୍ତାର ତଦନ୍ତ କରାଯିବ ବୋଲି ଶୁଣିବାକୁ ମିଳୁଛି l
ଜିଲ୍ଲାପାଳ, ୫ଟି ସଚିବ ଏଥିପ୍ରତି ଦୃଷ୍ଟି ଦେଇ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବାକୁ ଦାବି ହେଉଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.