RTI ତଥ୍ୟ ଦେବାରେ ଅନିୟମିତତା ଅଭିଯୋଗ; ପୌରପାଳିକା ସୂଚନା ଅଧିକାରୀଙ୍କୁୁ ୨୫ ହଜାର ଜୋରିମାନା ନିର୍ଦ୍ଦେଶ

Published By : Prameya-News7 Bureau | September 23, 2022 IST

ଆନନ୍ଦପୁର ୨୩/୦୯: ଆନନ୍ଦପୁର ପୌରପାଳିକାର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନେଇ ସୂଚନା ଅଧିକାର ଆଇନ (ଆରଟିଆଇ) ଆଇନ୍‌ ବଳରେ ଆନନ୍ଦପୁରର ଦେବବ୍ରତ ଚକ୍ରବର୍ତ୍ତୀ ତଥ୍ଯ ମାଗିଥିଲେ। ୨୦୧୯ରେ ଏହି ତଥ୍ଯ ମାଗାଯାଇଥିଲା। କିନ୍ତୁ ସେସମୟର ପୌରପାଳିକା ଜନସୂଚନା ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ନାୟକ ଏହି ତଥ୍ୟା ନିର୍ଦ୍ଧାରିତ ସମୟରେ ତଥ୍ଯ ଦେଇନଥିଲେ। ବାରମ୍ବାର ଆବେଦନ କଲେ ମଧ୍ଯ କୈଣସି  ସୁଫଳ ମିଳିନଥିଲା।

ଶେଷରେ ବାଧ୍ୟହୋଇ ଦେବବ୍ରତ ରାଜ୍ଯ  ସୂଚନା କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ। କମିସନ ଏହି ମାମଲାରେ ପୌରପାଳିକାର ଜନସୂଚନା ଅଧିକାରୀଙ୍କୁ ନୋଟିସ୍ ଜାରି କରିଥିଲେ ମଧ୍ଯ ସୂଚନା ଅଧିକାରୀ ପ୍ରଶାନ୍ତ ନାୟକ କମିସନରଙ୍କ ପାଖରେ ମଧ୍ୟ ଉପସ୍ଥାପିତ ହୋଇନଥିଲେ। ଶେଷରେ ଏହି ମାମଲାରେ ତତ୍କାଳିନ ଜନସୂଚନା ଅଧିକାରୀ ପ୍ରଶାନ୍ତ ନାୟକଙ୍କୁ ୨ୟ ହଜାର ଜୋରିମାନା ସହିତ ମାମଲାରେ ଖର୍ଚ୍ଚାନ୍ତ ହୋଇଥିବା ଦେବବ୍ରତଙ୍କୁ ୫ ହଜାର ଟଙ୍କା ଦେବା ପାଇଁ ରାଜ୍ୟ ସୂଚନା କମିସନର ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.