ବେଆଇନ୍ କୋଇଲା କାରବାର ଅଭିଯୋଗ; ୩ ଗିରଫ
14/09/2022 at 12:19 AM

ଚଣ୍ଡିଖୋଲ ୧୩/୦୯: ୫୩ ନଂ ଜାତୀୟ ରାଜପଥ ପାରିପଲେଇ ପାଖରେ ଥିବା ଏକ ହୋଟେଲରେ ଚାଲିଥିବା ଚୋରା କୋଇଲା, ଡିଜେଲ ଓ ରଡ଼ କାରବାରରେ ପୋଲିସ ଚଢ଼ଉ କରିଛିI କୌଣସି ସୂତ୍ରରୁ ଖବର ପାଇ ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ସ୍କାର୍ଡ ଓ ବାଲିଚନ୍ଦ୍ରପୁର ଥାନା ମିଳିତ ଚଢ଼ଉ କରି ୫୦ ଟନ କୋଇଲା, ୧୦ ଟନ ରଡ଼ ଓ ୧୬୦୦ ଲିଟର ଡିଜେଲ ସହ ୨ ଟି ଟ୍ରକ ଜବତ କରିଛି। ଏହି ଅଭିଯୋଗରେ ପଙ୍କଜ କୁମାର ସିଂହଙ୍କ ସହିତ ୨ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛିI ଏହି ଚୋରା କାରବାରରେ ଲିଙ୍କ୍ କେତେ ଲମ୍ବିଛି ସେନେଇ ବାଲିଚନ୍ଦ୍ରପୁର ପୋଲିସଅଧିକ ତଦନ୍ତ ଚଳାଇଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023