କୋଟିଏ ୬୨ ଲକ୍ଷ ଟଙ୍କା ହେରଫେର ଅଭିଯୋଗ; ପୂର୍ବତନ ଯନ୍ତ୍ରୀ ଗିରଫ
3/12/2022 at 11:24 PM

ଜଗତସିଂହପୁର ୦୩/୧୨: ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନା ଟଙ୍କା ହେରଫେର ଅଭିଯୋଗରେ ଘଟଣାରେ ବ୍ଲକର ପୂର୍ବତନ ଯନ୍ତ୍ରୀ ଅମୀୟ ଚାନ୍ଦ ମଲିକ ଗିରଫ। ଶନିବାର ତାଙ୍କୁ ରଘୁନାଥପୁର ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଏହି ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନାରେ ୧କୋଟି ୬୨ଲକ୍ଷ ଟଙ୍କା ହେରଫେରକୁ ନେଇ ଅମିୟଙ୍କ ନାଁରେ ଅଭିଯୋଗ ହୋଇଥିଲା। ଶନିବାର ମଧ୍ୟାହ୍ଣରେ ପୋଲିସ ଅମିୟଙ୍କୁ ଗିରଫ କରି ଥାନାକୁ ଆଣି ତାଙ୍କୁ ପଚରା ଉଚରା କରିଛି। ପରେ ଏହି ଅଭିଯୋଗରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଗତ ସେପ୍ଟେମ୍ୱର ୩0ରେ ଅବସର ନେଇଛନ୍ତି।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023