ନକଲି ଟଙ୍କା କାରବାର ଅଭିଯୋଗ, ଅଧିକ ଅର୍ଥ ଫେରସ୍ତ ଦେବାକୁ କହି ନେଇଗଲେ ୨୭ ଲକ୍ଷ ଟଙ୍କା

Published By : Prameya-News7 Bureau | November 14, 2023 IST

ବ୍ରହ୍ମପୁର ୧୪।୧୧: ଅସଲି ଟଙ୍କା ଦେଇ ନକଲି ଟଙ୍କା ପାଇଲେ । ବ୍ରହ୍ମପୁରର ଦୁଇ ଜଣ ଯୁବକ ଠକେଇର ଶିକାର ହେଲେ । ୨୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସଚିନ ମହାପାତ୍ର ଏବଂ ସୂର୍ଯ୍ୟ ନାରାୟଣ ପାତ୍ର ଠକେଇର ଶିକାର ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ।

ଯୁବକଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଠକେଇ କରି ନେବାରେ ବଦ୍ରିନାଥ ପଣ୍ଡା ଏବଂ ଅକ୍ଷୟ ନାୟକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି । ୯ ଲକ୍ଷ ଟଙ୍କା ଦେଲେ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଯିବ କହି ଦୁଇ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ନେଇଥିବା ବେଳେ ପ୍ରତି ବଦଳରେ ନକଲି ୩୦ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ୩ରୁ ଅଧିକଙ୍କୁ ଅଟକ ରଖି ତଦନ୍ତ କରୁଛି । ନକଲି ଟଙ୍କା କାରବାର ଚେର ବ୍ରହ୍ମପୁରରୁ ରାଜ୍ୟ ବାହାରକୁ ଲମ୍ବିଥିବା ପୋଲିସ ଅନୁମାନ କରୁଥିବା ବେଳେ ପ୍ରକୃତ ଆସାମୀଙ୍କୁ ଧରିବା ପାଇଁ ପ୍ରୟାସ କରୁଛି ।

You Can Read :

wp:embed {"url":"https://www.prameyanews7.com/four-middle-man-arrested-by-chhatrapur-police/","type":"wp-embed","providerNameSlug":"prameya-news-7"}
https://www.prameyanews7.com/four-middle-man-arrested-by-chhatrapur-police/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.