ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା, ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

Published By : Prameya-News7 Bureau | May 24, 2024 IST

ଅନୁଗୁଳ ୨୪/୦୫: ଅନୁଗୁଳ ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା ଅଭିଯୋଗ । ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ତା ଏବଂ ଭୁଜାଲୀରେ ଆକ୍ରମଣ କରିଛନ୍ତି । ଆହତ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି l ଗୁରୁତର ଯୁବକ ଜଣଙ୍କ ହେଲେ ହାଣ୍ଡିଗୁଡା ଗାଁର ଗୋବିନ୍ଦ ପ୍ରଧାନ l

ସୁଚନାଥାଉକି, ଅନୁସାରେ ହାଣ୍ତିଗୁଡା ଗ୍ରାମର ଶତ୍ରୁଘ୍ନ ଗୋଛାୟତ ଗାଁ କୋଠଘରେ ଶୋଇଥିବା ବେଳେ ଗ୍ରାମର ଦୟାନିଧି ସାହୁ କୋଠଘରେ ପହଞ୍ଚି ଏଠାରେ କାହିଁକି ଶୋଇଛ ବୋଲି କହିଥିଲେ। ଏହା ଦେଖି ଗ୍ରାମର ଗୋବିନ୍ଦ ପ୍ରଧାନ ଦୟାନିଧିଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏହାର କିଛି ସମୟ ପରେ ଘଟଣା ଉଗ୍ରରୂପ ନେଇଥିଲା। କିଛି ଯୁବକ ସଂଘବଦ୍ଧ ହୋଇ ଗୋବିନ୍ଦଙ୍କ ଘରକୁ ପହଞ୍ଚି ଗୋବିନ୍ଦଙ୍କୁ ଖଣ୍ତା କଟୁରୀରେ ଆକ୍ରମଣ କରିଥିଲେ l 

ଆକ୍ରମଣରେ ଗୋବିନ୍ଦ ଗୁରୁତର ଆହତ ହୋଇ ହୋଇଥିବାରୁ ସମସ୍ତେ ସେଠାରୁ ଫେରାର ହୋଇ ଯାଇଥିଲେ l ଏହା ଦେଖି ଗୋବିନ୍ଦଙ୍କ ପରିବାର ଲୋକେ ତୁରନ୍ତ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ l ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରିଛି l


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.