ପାଚିକା ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ; ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗାଁ ଲୋକ

Published By : Prameya-News7 Bureau | September 27, 2022 IST

ଆଠମଲ୍ଲିକ ୨୭/୦୯: ଶେଷରେ ଅଙ୍ଗନୱାଡ଼ି ପାଚିକା ନିଯୁକ୍ତିରେ ବି ଲାଞ୍ଚ କାରବାର। ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଟୁସର ଅଙ୍ଗବାଡି କେନ୍ଦ୍ରରେ ଘଟିଛି। ପାଚିକା ସହାୟକା ନିଯୁକ୍ତିରେ ଆଠମଲ୍ଲିକ ସିଡିପିଓ ଲାଞ୍ଚ ନେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଅନିୟମିତତାକୁ ବିରୋଧ କରି ଅଙ୍ଗୱାଡ଼ିରେ କେନ୍ଦ୍ରରେ ଗାଁ ମହିଳାମାନେ ତାଲା ପକାଇଛନ୍ତି।

ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ପାଖରେ ଥିବା ଟୁସର ଅଙ୍ଗବାଡ଼ି କେନ୍ଦ୍ର ଗତ ସୋମବାରରୁ ବନ୍ଦ ପଡିଛି। ପିଲାଙ୍କ ଶିକ୍ଷା ଦାନ ବ୍ୟାହତ ହେଇଛି। ଆଠମଲ୍ଲିକ ସିଡିପିଓ ତରଙ୍ଗିନୀ ମିର୍ଧା ନିଜ ଇଚ୍ଛା ମୁତାବକ ସହାଇକାକୁ ନିଯୁକ୍ତି ଦେଇଥିବାରୁ ଲୋକ ଅଙ୍ଗବାଡିରେ ତାଲା ପକାଇଛନ୍ତି। ଗ୍ରାମସଭାର ଓ ଦଶଗୃପର ସମର୍ଥତକଙ୍କୁ  ନିଯୁକ୍ତି ନଦେଇ ଆଠମଲ୍ଲିକ ସିଡିପିଓ ଯେଉଁ ପାଚିକାଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ବେଆଇନ। ତେଣୁ ସେମାନେ ତାଙ୍କ ସମର୍ଥିତ ମହିଳାଙ୍କୁ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଅଙ୍ଗନୱାଡି ତାଲା ପଡି ବନ୍ଦ ରହିବ ବୋଲି ଗ୍ରାମବାସୀ କହିଛନ୍ତି।

ଅଙ୍ଗନବାଡି କେନ୍ଦ୍ରର କିଛି ପିଲାଙ୍କୁ ନୂଆ ନିଯୁକ୍ତି ପାଇଥିବା ପାଚିକା ପଞ୍ଚାୟତରେ ବସାଇ ପାଠ ପଢ଼ାଇବା ଦେଖି ଗାଁ ମହିଳା ସ୍ଥାନୀୟ ସରପଞ୍ଚକୁ  ଜଣାଇଥିଲେ। ପରେ ସରପଞ୍ଚ ଆଉ ପଞ୍ଚାୟତରେ ଅଙ୍ଗବାଡ଼ି ସେଣ୍ଟର ନଚଳାଇବା ପାଇଁ ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଘଟଣା ବିଷୟରେ  ଆଠମଲ୍ଲିକ ଉପଜିଲ୍ଲାପାଳ ଓ ସିଡିପିଓଙ୍କୁ ଜଣାଇବା ପରେବି କିଛି ସୁଫଳ ମିଳିନଥିଲା।  ଯେବେ ପର୍ଯ୍ୟନ୍ତ ସିଡିପିଓ ଗାଁ କୁ ଆସି ଗାଁ ସଭାରେ ନିଯୁକ୍ତି ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଅଙ୍ଗବାଡିରେ ତାଲା ପଡିରହିବ ବୋଲି କୁହାଯାଇଛି। ଏହି ସମସ୍ୟାର ସମାଧାନ ନହେଲେ ଗାଁ ଲୋକମାନେ ଆଠମଲ୍ଲିକ ସିଡିପିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି କହିଛନ୍ତି।  ଅନ୍ୟପଟେ। ସିଡିପିଓ କାର୍ଯ୍ୟାଳୟ ରେ ରାହୁନାହାନ୍ତି। ଫୋନରେ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.