ଗଞ୍ଜେଇ ଚାଷକୁ ମାନ୍ୟତା ଦାବିରେ ପ୍ରଜାମେଳି, ଅବକାରୀ ବିଭାଗ ଉପରେ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | September 15, 2021 IST

ଚିତ୍ରକୋଣ୍ଡା ୧୫/୦୪: ଗଞ୍ଜେଇ ଚାଷ ପାଇଁ ପ୍ରଜାମେଳି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ନାକାମାମୁଡ଼ି ପଞ୍ଚାୟତରେ ଗଞ୍ଜେଇ ଚାଷ କରୁଥିବା ଶତାଧିକ ଗ୍ରାମବାସୀ ପ୍ରଜାମେଳି କରିବା ସହ ଜିଲ୍ଲା ଅବକାରୀ ବିଭାଗ ଉପରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ବିଶେଷ କରି ଜିଲ୍ଲା ଅବକାରୀ ବିଭାଗର କିଛି କର୍ମଚାରୀ ମାନେ ଗାଁ ଗାଁ ବୁଲି ଆଦିବାସୀ ଲୋକଙ୍କ ଠାରୁ ଗଞ୍ଜେଇ ଚାଷ କରିବା ପାଇଁ ବଟି ଆଦାୟ କରୁଛନ୍ତି ।

wp:gallery {"ids":[511702],"linkTo":"none"} /wp:gallery

ଏହା ସହ ଭାଗ ମାପ ନ ଛିଡିଲେ ଆଦିବାସୀ ଲୋକଙ୍କୁ ଗିରଫ କରାଯାଉଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି । ଏ ନେଇ ଶତାଧିକ ଲୋକେ ଆଜି ନାକାମାମୁଡ଼ି ପଞ୍ଚାୟତର ଖଡିକାଝଡି ଗ୍ରାମରେ ପ୍ରଜାମେଳି କରି ଆଦିବାସୀ ଲୋକଙ୍କୁ ମିଥ୍ୟା ଗିରଫଦାରୀ କୁ ବିରୋଧ କରିବା ସହ ଆଗାମୀ ଦିନରେ ଗଞ୍ଜେଇ ଚାଷକୁ ଆଇନ ସନ୍ମତ କରିବା ଲାଗି ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.