ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର, କାଇମାଟି ପଞ୍ଚାୟତର ସରପଞ୍ଚ ଓ ସମର୍ଥକଙ୍କ ନାମରେ ଅଭିଯୋଗ

29/10/2022 at 4:57 PM

ଢେଙ୍କାନାଳ, ୨୯/୧୦: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ପଂଚାୟତର କୁକୁଡାଝର ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣଙ୍କ ସଦର ଥାନା ଅନ୍ତର୍ଗତ କାଇମାଟି ପଂଚାୟତର ଗହମଖୁଣ୍ଟି ଗ୍ରାମର ସୂର୍ଯ୍ୟକାନ୍ତ ଖିଲାର ବୋଲି ଜଣାପଡିଛି । ଗତ ପଂଚାୟତ ନିର୍ଵାଚନରେ ସୂର୍ଯ୍ୟକାନ୍ତଙ୍କ ଦାଦା ସରପଞ୍ଚ ଭାବେ ପ୍ରତିଦ୍ବନ୍ଦିତା କରିଥିବାବେଳେ ସେ ପ୍ରମୁଖ ଭୁମିକା ନେଇଥିଲେ ।

ଫଳରେ ଗତ ପଂଚାୟତ ନିର୍ବାଚନର ଆକ୍ରୋଶର ଶିକାର ହୋଇଥିବା ଗୁରୁତର ସୂର୍ଯ୍ୟକାନ୍ତ ପ୍ରକାଶ କରିଛନ୍ତି । ଏପରିକି ସୁଯ୍ୟକାନ୍ତଙ୍କର ଜଣେ ସାଙ୍ଗକୁ କୁକୁଡାଝର ଛକରେ ଆକ୍ରମଣ କରିବାରୁ ସୁଯ୍ୟକାନ୍ତ ପ୍ରତିବାଦ କରିଥିଲେ । ଫଳରେ ସୂର୍ଯ୍ୟକାନ୍ତଙ୍କୁ କାଇମାଟି ସରପଞ୍ଚ, ସରପଞ୍ଚଙ୍କ ସମ୍ପର୍କୀୟ ଓ ସମର୍ଥକମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ଉଠାଇଛନ୍ତି ।

   Related Posts