scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସହକାରୀ ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ, ଅଧ୍ୟାପିକାଙ୍କୁ ୭ ବର୍ଷ ହେଲା ଦେଉଛନ୍ତି ମାନସିକ ନିର୍ଯାତନା !

26/08/2023 at 12:13 PM

ସମ୍ବଲପୁର ୨୬।୮: ସହକାରୀ ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ଜଣେ ମହିଳା ଅଧ୍ୟାପିକା । ତଦନ୍ତ ପାଇଁ ୫ଜଣିଆ ଟିମ୍ ଗଠନ ହୋଇଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ସହକାରୀ ଅଧ୍ୟାପକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ସେହି ବିଭାଗର ଜଣେ ଅଧ୍ୟାପିକା । ଘଟଣାକୁ ଗୁରୁତର ସହ ନେଇଛନ୍ତି ବିଶ୍ବବିଦ୍ୟାଳୟର କୁଳପତି । ଘଟଣାର ତଦନ୍ତ ପାଇଁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି । ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ ମାସ ତଳେ ସଂପୃକ୍ତ ସହକାରୀ ଅଧ୍ୟାପକ ନିଲମ୍ବିତ ହୋଇଥିଲେ ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୁଣି ଜ୍ୟୋତିବିହାର କ୍ୟାମ୍ପସ୍‌ରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଅଧ୍ୟାପିକା ଅଭିଯୋଗ ଅନୁସାରେ, ଦୀର୍ଘ ୭ ବର୍ଷ ହେବ ଅଧ୍ୟାପକ ଜଣଙ୍କ ତାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି । ଅଧ୍ୟାପିକା ଜଣଙ୍କ ରାଜନୀତି ବିଜ୍ଞାନ ବିଭାଗର ସଂଯୋଜିକା ଦାୟିତ୍ୱରେ ରହିଛନ୍ତି । ଅଧ୍ୟାପିକାଙ୍କୁ ମେଲ୍‌ କରି ସଂପୃକ୍ତ ଅଧ୍ୟାପକ ବିଭାଗୀୟ ମୁଖ୍ୟ ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଅଭିଯୋଗ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା ବୋଲି ମହିଳା ଜଣଙ୍କ ଉଲ୍ଲେଖ କରିଛନ୍ତି । ଏପରିକି ନିଶାସକ୍ତ ଅବସ୍ଥାରେ ଅଧ୍ୟାପକ ଆସୁଥିବା ବେଳେ ତାଙ୍କ ପାଇଁ ଶିକ୍ଷାର ବାତାବରଣ ନଷ୍ଟ ହେବାରେ ଲାଗିଛି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଅଧ୍ୟାପକ ଯେତେବେଳେ  ନିଳମ୍ବିତ ହୋଇଥିଲେ ସେହି ସମୟରେ ବିଭାଗ ବହୁତ ଭଲରେ ଚାଲିଥିଲା । ବର୍ତ୍ତମାନ ବିଭାଗର ଶାନ୍ତି ବ୍ୟାହତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହାଛଡା ୨୦୧୬ ମସିହାରୁ ବିନା କାରଣରେ ସେ ମାନସିକ  ନିର୍ଯାତନା ଦେଇଆସୁଥିବା ନେଇ କୁଳପତିଙ୍କ ନିକଟରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ।

ତେବେ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଗୁରୁତର ସହ ନେଇ ଏହାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି । ଏଥିରେ ଜ୍ୟୋତିବିହାରର ଜୀବ ବିଜ୍ଞାନ ବିଭାଗ  ପ୍ରଫେସର ବୀନତା ନାୟକ କମିଟିର ମୁଖ୍ୟ ଅଛନ୍ତି । ଏହି  କମିଟିରେ ବିଶ୍ୱବିଦ୍ୟାଳୟର କିଛି ମହିଳା ପ୍ରଫେସରଙ୍କ ସମେତ  ସମ୍ବଲପୁରର କିଛି ଏନ୍‌ଜିଓରେ କାର୍ଯ୍ୟରତ ମହିଳା ଏବଂ ସମ୍ବଲପୁର ସିଡିପିଓ ଅର୍ବାନ ସଦସ୍ୟା ରହିଥିବା ଜଣାପଡଛି ।

You Can Read :

   Related Posts