ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବେଆଇନ୍‌ରେ ଚାଲିଛି ଇଟାଭାଟି, ତହସିଲଦାରଙ୍କ ପାଖରେ ଅଭିଯୋଗ

9/11/2022 at 4:32 PM

ସାଲେପୁର, ୦୯/୧୧: କଟକସଦର ବ୍ଲକ ଅଧିନସ୍ଥ କିଶନ ନଗର ତହସିଲ ଅଞ୍ଚଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଇଟା ପକାଇବା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି। ଯାହାଫଳରେ ଏହି ଇଟା ଭାଟିରୁ ନିର୍ଗତ ଧୂଆଁ ଯୋଗୁ ବାୟୁ ପ୍ରଦୂଷଣ ହେବା ସହିତ ଜନ ସାଧାରଣ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗର ଶିକାର ହେଉଛନ୍ତି । ଏହି ନିୟମକୁ ଅଣଦେଖା କରି କିଶନ ନଗର ତହସିଲର ବାଲି ସୁଗୁରୀ ଗ୍ରାମରେ ନଜମା୍ ପର ବିନିଙ୍କ ଘର ପାଖରେ ଖୋଲା ଇଟା ଭାଟି ପକାଇ ପ୍ରତି ବର୍ଷ ହାଇଦର ନାମକ ବ୍ୟକ୍ତି ବେପାର କରୁଛନ୍ତି।

ଖୋଲା ଇଟା ଭାଟିରୁ ନିର୍ଗତ ଧୂଆଁ ଯୋଗୁ ଉକ୍ତ ବ୍ୟକ୍ତିଙ୍କ ଛୋଟ ଛୋଟ ପିଲାଙ୍କ ଦେହ ଖରାପ ହେଉଛି । ଯାହାକୁ ନେଇ ସେ ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ସମ୍ବନ୍ଧରେ ଇଟା ବେପାରୀ ହାଇଦରର ମତାମତ ନେବାରୁ ଏହାକୁ ସିଏ ଖଣ୍ଡନ କରିଛି। ଅନ୍ୟପଟେ କିଶନ ନଗର ଆରଆଇଙ୍କ କହିବା କଥା ଗତ ବର୍ଷ  ହାଇଦର ବେନିୟମ ଭାବେ ଇଟା ଭାଟି ଲଗାଇ କାରବାର କରିବାରୁ ତା ଉପରେ ଫାଇନ୍‌ ପକାଯାଇଥିଲା

   Related Posts