suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଧୁ ହତ୍ୟା ଅଭିଯୋଗ: ମୃତ ଦେହକୁ ଥାନା ସାମ୍ନାରେ ରଖି ପରିବାର ଲୋକଙ୍କ ଗଣ ଧାରଣା ଓ ବିକ୍ଷୋଭ

24/03/2023 at 10:57 PM

ଜଗତସିଂହପୁର: ବଧୁ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜଗତସିଂହପୁର ଜିଲା ନାଉଗାଁ ଥାନା ଆଗରେ ମୃତ ଦେହ ରଖି ଧାରଣ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି ।

ନାଉଗାଁ ଗ୍ରାମର ସ୍ଵର୍ଗତ ନିରଞ୍ଜନ ପରିଜାଙ୍କ ଝିଅ ମାମାଲି ପରିଜା ତେଲସରା ଗାଁର ରଞ୍ଜିତ ଜେନାଙ୍କୁ ଗତ ପାଞ୍ଚ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଶାଶୁ ଘର ତରଫରୁ ଦାବି ମୁତାବକ ସବୁ ଯୌତୁକ ଦିଆଯାଇଥିଲା। ବାପ ଘର ଲୋକଙ୍କ ଅଭିଯୋଗ କ୍ରମେ ବିଭାଘର କିଛିଦିନ ପରେ ଶାଶୁଘର ଲୋକେ ବାରମ୍ବାର ଅଧିକ ଯୌତୁକ ଦାବି କରି ମାମାଲିକୁ ନିର୍ଯାତନା ଦେଇ ଆସୁଥିଲେ ।    ଶାଶୁ, ଶଶୁର ଜ୍ୱାଇଁ ବାରମ୍ବାର ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ତେବେ ଗତ କାଲି ଶାଶୁ ଘରୁ ମାମାଲିଙ୍କର ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।ସେପଟେ ନିଜର ଭଉଣୀକୁ ମାରି ଟାଙ୍ଗି ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଭାଇ। ହେଲେ ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାମାଲିଙ୍କ ଶବକୁ ପଂଚନାମା କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ସଦରମହକୁମା ମେଡିକାଲକୁ ପଠାଯାଇଥିଲା ।

ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ବାପଘର ପକ୍ଷରୁ ଆସାମୀ ମାନଙ୍କୁ ଗିରଫ ଦାବିରେ ମୃତ ମାମାଲିଙ୍କ ଶବକୁ ନାଉଗାଁ ଥାନା ସମ୍ମୁଖରେ ରଖି ନ୍ୟାୟ ପ୍ରଦାନ ଦାବିରେ ଗଣ ଧାରଣାରେ ବସି ରହିଛନ୍ତି । ଘଟଣାସ୍ଥଳରେ ଜଗତସିଂହପୁର  ଆଡିସନାଲ ଏସପି ,ଏସଡିପିଓ ଏବଂ  ଉପଜିଲାପାଳ ପହଁଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝା ସୁଝା ଆରମ୍ଭ କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି ।

   Related Posts