ନକଲି କାଷ୍ଟ ସାର୍ଟିଫିକେଟ ଦେଇ ଅଙ୍ଗନୱାଡ଼ିରେ ଚାକିରି ଅଭିଯୋଗ; ତଦନ୍ତ ଆରମ୍ଭ କଲେ ତହସିଲ୍‌ଦାର

Published By : Prameya-News7 Bureau | December 13, 2022 IST

ନୀଳଗିରି ୧୩/୧୨: ଯୋଗ୍ୟ ହିତାଧିକାରୀ ପାଉନାହାନ୍ତି ଚାକିରୀ। ଆଉ ଚଞ୍ଚକତା କରି କାଷ୍ଟ ସାର୍ଟିଫେକେଟ୍‌ କରି ହାତେଇଛନ୍ତି ଅଙ୍ଗନୱାଡ଼ି କର୍ମୀ ଚାକିରୀ। ଏଭଳି ଘଟଣା ନୀଳଗିରି ଉପଖଣ୍ଡ ଜାମୁଡ଼ିହା ପଞ୍ଚାୟତ ମଲିଆଣିରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ଜାମୁଡ଼ିହା ପଞ୍ଚାୟତ ନାୟକସାହି ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ପଦବୀ ଫାଙ୍କା ଥିଲା। ଏହା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିଲା। ଏଥିପାଇଁ ଅନେକ ଆଶାୟି ପ୍ରାର୍ଥୀନି ଆବେଦନ କରିଥିଲେ। ସେହି ଅଞ୍ଚଳର ଗୀତାଞ୍ଜଳି ବେହେରା ସଅର ଯେକି ସାଧାରଣ ବର୍ଗର (ଜାତି) ପ୍ରାର୍ଥୀ।  କିନ୍ତୁ ଚଞ୍ଚକତା କରି ସେ ନକଲି ସାର୍ଟିଫେକେଟ ଦେଇ ଚାକିରି ହାତେଇଥିବା ଅଭିଯୋଗ ହୋଇଛି।

{"id":720803,"sizeSlug":"full","linkDestination":"none"}

ସେହି ଅଞ୍ଚଳର ଆଶାୟୀ ପ୍ରାର୍ଥୀ ନିୟତି ବେହେରା ଏହି ଅଭିଯୋଗ ଆଣିଛନ୍ତି। ଗୀତାଞ୍ଜଳି ଗତ ୨୦୨୧ ମାର୍ଚ୍ଚ ୬ ରେ ନୀଳଗିରି ତହସିଲ କାର୍ଯ୍ୟାଳୟରୁ ସଉରା ଜାତି କହି ଅନୁସୂଚିତ ଜନଜାତି ସାର୍ଟିଫେକେଟ ନେଇଥିଲେ। ପରେ ସେହି ସାର୍ଟିଫିକେଟ୍‌କୁ ସମନ୍ୱିତ ଶିଶୁ ବିକାସ ସେବା (ଆଇସିଡିଏସ) କାର୍ଯ୍ୟାଳୟରେ ଦାଖଲ କରିଥିଲେ।

କିନ୍ତୁ ସେ ସାଧାରଣ ବର୍ଗର ହୋଇ କିପରି ଏହି ସାର୍ଟିଫେକେଟ ହାତେଇଲେ ସେନେଇ ଜିଲ୍ଲାପାଳ ବିଡିଓ, ଆଇସିଡିଏସ କାର୍ଯ୍ୟାଳୟ, ତହସିଲଦାରଙ୍କୁ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି ନିୟତି। ଏହି ଘଟଣାରେ ନୀଳଗିରି ତହସିଲଦାର ଅଶେଷ ନାୟକଙ୍କ  ଜାଣିବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗର ଯାଞ୍ଚ ହୋଇ ଚଞ୍ଚକତା କିଏ କରିଛି ସେ ନେଇ ତଦନ୍ତ ହେବା ସହ ଘଟଣାର ସତ୍ୟତା ଥିଲେ ସେ ସାର୍ଟିଫେକେକୁ ଖାରଜ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.