AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ପୌର ପରିଷଦ ନିର୍ବାହୀ ଅଧିକାରୀ-ଉପାଧ୍ୟକ୍ଷଙ୍କ ମଧ୍ୟରେ ମାରପିଟ୍ ଅଭିଯୋଗ, ଥାନାରେ ମାମଲା

2/01/2023 at 10:55 PM

ଦେବଗଡ଼, ୦୨/୦୧: ସୋମବାର ଅପରାହ୍ନରେ ଦେବଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କୁ ନିର୍ବାହୀ ଅଧିକାରୀ ଓ ଅନ୍ୟ ଜଣେ କର୍ମଚାରୀ ମିଶି ଜାତିଆଣ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ।

ଅପରାହ୍ନ ସମୟରେ ପୌର ପରିଷଦ କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ଚାମ୍ବର ମଧ୍ୟରେ ମାରପିଟ କରିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ  ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ଉପାଧ୍ୟକ୍ଷଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ନିର୍ବାହୀ ଅଧିକାରୀଙ୍କ କହିବା ଅନୁଯାୟୀ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା କାର୍ଯ୍ୟାଳୟ ମଧ୍ୟରେ ପଶି ରିଜୋଲ୍ୟୁସନ ବହି ମାଗିଥିଲେ । କିନ୍ତୁ ବହି ଚେୟାରମ୍ୟାନ୍‌ଙ୍କ ପାଖରେ ଅଛି ବୋଲି କହିଥିବା ବେଳେ ଉପାଧ୍ୟକ୍ଷ ତାଙ୍କୁ ମାରପିଟ୍ କରିଥିବା ଅଭିଯୋଗ କରିଛନ୍ତି।

ଏନେଇ  ଉଭୟ ପକ୍ଷରୁ ଦେବଗଡ଼ ଆଦର୍ଶ  ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତାଙ୍କୁ ନେଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏହି ଘଟଣା ପରେ ବିଜେପି ଓ ବିଜେଡି ର ସମର୍ଥକ ଓ କର୍ମୀ ଥାନା ସମ୍ମୁଖରେ ଜମା ହୋଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ୍ଚ ଲାଗି ରହିଥିବା ଦେଖିବାକୁ ମିଳିଛି ।

   Related Posts