ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବ୍ଲକ୍‌ ଅଫିସ୍‌ରେ କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ; କାର୍ଯ୍ୟବନ୍ଦ ଆାନ୍ଦୋଳନକୁ ଓହ୍ଲାଇଲେ କର୍ମଚାରୀ

27/09/2022 at 7:33 PM

ଯାଜପୁର ରୋଡ୍‌ ୨୭/୦୯: ଯାଜପୁର ସୁକିନ୍ଦା ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଜଣେ କନିଷ୍ଠଯନ୍ତ୍ରୀଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ୍ କାର୍ଯ୍ୟାଳୟ ଆଗରେ ସମସ୍ତ କର୍ମଚାରୀ ଧାରଣାରେ ବସିଛନ୍ତି। ଅଭିଯୋଗ  ଅନୁସାରେ ଏକ ରାସ୍ତା ତିଆରି କାମକୁ ନେଇ ବ୍ଲକର କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ସହ ସ୍ଥାନୀୟ ହରିପୁର ସରପଞ୍ଚଙ୍କ ବଚସା ହୋଇଥିଲା। ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳ, ତାଙ୍କ ସ୍ବାମୀ ଓ ଅନ୍ୟ କେତେକ ବ୍ୟକ୍ତି କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ।

ଏନେଇ କନିଷ୍ଠ ଯନ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହାସହିତ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଓ ମାଡ଼ ମାରିବା ଘଟଣାକୁ ବ୍ଲକର ଅନ୍ୟ କର୍ମଚାରୀମାନେ ନିନ୍ଦା କରିଛନ୍ତି। ଏହି ପ୍ରତିବାଦରେ ସୋମଠାରୁ କାର୍ଯ୍ୟବନ୍ଦ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କର୍ମଚାରୀ ଧାରଣାରେ ବସିଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ନଚେତ୍ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଆନ୍ଦୋଳନରତ ବ୍ଲକ କର୍ମଚାରୀ ଚେତାବନୀ ଦେଇଛନ୍ତି । ସେପଟେ ଏହି ଅଭିଯୋଗକୁ ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳ ଖଣ୍ଡନ କରିବା ସହ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ମଦ୍ୟପାନ କରି ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରିବା ସହିତ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

   Related Posts