scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘରୋଇ କଲେଜ ଅଧ୍ୟକ୍ଷଙ୍କ କେଳେଙ୍କାରୀ, ଫେଲ୍ କରିଦେବାକୁ ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

13/12/2023 at 11:43 AM

ଜୟପୁର ୧୩/୧୨: ଜୟପୁରରେ ଘରୋଇ କଲେଜର ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରୀକ୍ଷାରେ ଫେଲ୍ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁର୍ଷ୍କମ ଅଭିଯୋଗ ଆସିଛି । ଏନେଇ ଛାତ୍ରୀ ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କେବଳ ସେ ନୁହଁନ୍ତି, କଲେଜର ବହୁ ଛାତ୍ରୀ, କଲେଜ ଅଧ୍ୟକ୍ଷଙ୍କ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ଆଧାରରେ ପୋଲିସ ତନାଘନା ଆରମ୍ଭ କରିଛି ।

ସୂଚନା ଥାଉକି, କଲେଜ ଅଧ୍ୟକ୍ଷଙ୍କ କେଳେଙ୍କାରୀ । ଛାତ୍ରୀଙ୍କ ହଷ୍ଟେଲ ଭିତରେ ପସି ଅଧ୍ୟକ୍ଷ ରଖୁଛନ୍ତି ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ । ଆଉ ପ୍ରତିବାଦ କଲେ ଛାତ୍ରୀଙ୍କୁ ମିଳୁଛି ପରୀକ୍ଷାରେ ଫେଲ କରି ଦେବାର ଧମକ । ଏମିତି ଅଭିଯୋଗ ଆସିଛି ଜୟପୁରର ସାଇ ଇଣ୍ଟରନେସନାଲ ସାଇନ୍ସ କଲେଜର ଅଧ୍ୟକ୍ଷ ଦୀପକ ପଟ୍ଟନାୟକଙ୍କ ବିରୋଧରେ । ଗତ ୮ ବର୍ଷ ହେଲା ସେ ଛାତ୍ରଙ୍କ ସହ ଏପରି କରି ଆସୁଛନ୍ତି । ଏପରିକି ଅନେକ ଛାତ୍ରୀଙ୍କୁ ସେ ବଳତ୍କାର କରିଥିବା ମଧ୍ୟ ଛାତ୍ରୀ ମାନେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

କିଛି ଛାତ୍ରୀଙ୍କୁ ଅଧ୍ୟକ୍ଷ ବନ୍ଧକ ରଖିଥିବା ଅଭିଯୋଗ ପରେ କଲେଜ ଉପରେ ଚଢାଉ କରି ଏକାଧିକ ଛାତ୍ରୀଙ୍କୁ ପୋଲିସ ଉଦ୍ଧାର କରିଛି । ଜଣେ ଛାତ୍ରୀ ଅଧ୍ୟକ୍ଷଙ୍କ ଦ୍ୱାରା ବଳତ୍କାରର ଶୀକାର ହେବା ପରେ ପୋଲିସ ଅଧ୍ୟକ୍ଷଙ୍କୁ ଖୋଜୁଛି । ହେଲେ ଅଧ୍ୟକ୍ଷ ଫେରାର ହୋଇ ଯାଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ଅଧ୍ୟକ୍ଷ ଦୀପକ ପଟ୍ଟନାୟକଙ୍କ ବିରୋଧରେ ପୋଲିସ IPC ର ବିଭିନ୍ନ ଧାରା ଓ Pocso ଆକ୍ଟରେ ମାମଲା ରୁଜୁ କରିଛି ।

   Related Posts