ବିଡିଓଙ୍କ ନାଁରେ ସାଂଘାତିକ ଅଭିଯୋଗ, ଦଳୀୟ ଚିହ୍ନରେ ନିଜ ଫଟୋ ଓ ନାମ ଲେଖି ଦେଉଛନ୍ତି ବିଜ୍ଞାପନ
10/03/2023 at 1:35 PM

ଆଠମଲ୍ଲିକ ୧୦।୩: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବିଡ଼ିଓଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେପି । ବିଡ଼ିଓ ଗତ ୫ ତାରିଖରେ ଏକ ଦୈନିକ ଖବରକାଗଜରେ ବିଜେଡିର ଦଳୀୟ ଶଙ୍ଖ ଚିହ୍ନରେ ନିଜ ଫଟୋ ଓ ନାମ ଲେଖି ବିଜ୍ଞାପନ ଦେଇଥିବା ନେଇ ଅଭିଯୋଗ ଆଣିଲା ବିଜେପି । ଏନେଇ ଶୁକ୍ରବାର ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

କିଶୋରନଗର ବିଡ଼ିଓ ଜଣେ ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ କିଭଳି ଏକ ରାଜନୈତିକ ଦଳର ପ୍ରଚାର କଲେ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।