Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ

24/06/2021 at 9:54 AM

ରାଇରଙ୍ଗପୁର ୨୪।୬: କରୋନା ମହାମାରୀ ସମୟରେ ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ଅଛି । ହେଲେ ଛୋଟ ଛୁଆଙ୍କୁ ପୌଷ୍ଟିକ ଆହାର ଦେବା ବନ୍ଦ କରି ନାହାଁନ୍ତି ସରକାର। ଏହାର ସୁଯୋଗ ନେଇ ଅଙ୍ଗନବାଡି ଦିଦି ବେଶ ରୋଜଗାର କରୁଛନ୍ତି । ଅଭିଯୋଗ କଲେ ନାଁ କାଟି ଦେବାର ଧମକ ଦେଉଛନ୍ତି। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ହଳଦା ଅଙ୍ଗନବାଡି କେନ୍ଦ୍ରରେ।

କରୋନା ପାଇଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଅଛି କହି କାହାକୁ ୫ଟା ଅଣ୍ଡା ତ କାହାକୁ ୧୦ଟା ଅଣ୍ଡା ଦେଉଥିବା ବେଳେ ନିଜ ପାଖ ଲୋକଙ୍କୁ ୨୦ଟା ଲେଖାଏଁ ଅଣ୍ଡା ଦେଉଛନ୍ତି। ଯେତେବେଳେ କି ସମସ୍ତଙ୍କୁ ମାସ ସାରାର ଅଣ୍ଡା ଦେବା କଥା। ଚାଉଳ ମଧ୍ୟ ଦୁଇ କେ.ଜି. ଜାଗାରେ କମ୍ ଦେଉଛନ୍ତି, ଅଭିଯୋଗ କଲେ ନାଁ କାଟିଦେବାର ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମର ମହିଳାମାନେ। ବ୍ଲକରେ ଅନେକ ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ହେବାରୁ ଗତକାଲି ଅଙ୍ଗନବାଡି କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଲୋକଙ୍କ ଅଭିଯୋଗ ଅନୁସାରେ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବା ପରେ ଉପଜିଲ୍ଲାପାଳ CDPOଙ୍କୁ ତଦନ୍ତ ପାଇଁ ପଠାଇଥିଲେ। ସମ୍ପୃକ୍ତ ଅଙ୍ଗନବାଡି ଦିଦି ନିଜର ଭୁଲ ସ୍ବୀକାର କରିବା ସହିତ ଭବିଷ୍ୟତରେ ଆଉ ସେପରି କରିବେ ନାହିଁ ବୋଲି କହିଥିବା ଜଣା ପଡ଼ିଛି। ତେବେ ଛୋଟ ପିଲାଙ୍କ ଖାଦ୍ୟପେୟ, ଡ୍ରେସ ଆଦିର ଅର୍ଥକୁ ହଡପ କରି ଆସୁଥିବା ଦିଦିଙ୍କ ପ୍ରତି କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା ।

   Related Posts