ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ବିବାଦ: ସର୍ଭେ ପାଇଁ ମଥୁରା ସିନିୟର ସିଭିଲ୍ କୋର୍ଟଙ୍କ ନିର୍ଦ୍ଦେଶ
24/12/2022 at 4:39 PM

ମଥୁରା: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ବିବାଦକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ମଥୁରା ଜିଲ୍ଲା କୋର୍ଟ । ସିଭିଲ୍ ଜର୍ଜ ସିନିୟର ଡିଭିଜନ ଅଦାଲତ ସାହି ଈଦଗାହକୁ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସିଭିଲ୍ କୋର୍ଟ ବିବାଦିତ ଜିମିକୁ ନୀରିକ୍ଷଣ କରି ଜାନୁଆରି ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।
ସୂଚନା ଅନୁଯାୟୀ, ପ୍ରଭୁ ଶ୍ରୀକୃଷ୍ଣ ଜନ୍ମଭୂମି ଓ ସାହି ଈଦଗାହ ବିବାଦକୁ ନେଇ ହିନ୍ଦୁ ପକ୍ଷ ମଥୁରା ଜିଲ୍ଲା ସିଭିଲ କୋର୍ଟରେ ଆବେଦନ ଦାୟର କରିଥିଲେ । ସିଭିଲ୍ ଜର୍ଜ ସିନିୟର ଡିଭିଜନ ଅଦାଲତ ଶୁକ୍ରବାର ଏହାର ଶୁଣାଣି କରିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସାହି ଈଦଗାହକୁ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମଥୁରା ଜିଲ୍ଲା ସିଭିଲ୍ କୋର୍ଟ ନିଜ ଶୁଣାଣିରେ ସମୟସୀମା ଧାର୍ଯ୍ୟ କରିଛନ୍ତି । ଆସନ୍ତା ଜାନୁଆରୀ ୨୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି। । ଏହା ସହିତ ଉଭୟ ପକ୍ଷଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି କୋର୍ଟ । ସେହିପରି ବିଷ୍ଣୁ ଗୁପ୍ତାଙ୍କ ଆବେଦନ ଉପରେ ରିପୋର୍ଟ ତଲବ କରିବାକୁ ଅମିନଙ୍କୁ କହିଛନ୍ତି । ଆଇନଜୀବୀ ମହେନ୍ଦ୍ର ସିଂହଙ୍କ ସୂଚନା ଅନୁଯାୟୀ, ତିନି ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ସିଭିଲ୍ କୋର୍ଟ କହିଛନ୍ତି । ଅନ୍ୟପଟେ ବିଷ୍ଣୁ ଗୁପ୍ତା ୧୩.୩୭ ଏକର ଜମିରେ ଖାଲି କରିବାକୁ ଅପିଲ୍ କରିଛନ୍ତି । ସେପଟେ କୋର୍ଟଙ୍କ ରାୟ ପରେ ହିନ୍ଦୁ ପକ୍ଷ ଏହାକୁ ନିଜର ବିଜୟ ବୋଲି କହିଛି ।
ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ବହୁ ପୂରୁଣା । ମୋଟ୍ ୧୩.୩୭ ଏକର ଜମିର ମାଲିକାନାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ୧୦.୯ ଏକର ଜମିର ମାଲିକାନା ସତ୍ବ ଶ୍ରୀକୃଷ୍ଣ ଜନ୍ମସ୍ଥାନ ପାଖରେ ରହିଥିବା ବେଳେ ଅଢେଇ ଏକର ଜମିର ମାଲିକାନା ସାହି ଈଦଗାହ ପାଖରେ ରହିଛି । ଏହାକୁ ଅବୈଧ ଭାବେ କବଜା କରି ସାହି ଈଦଗାହ ମସଜିଦ୍ ନିର୍ମାଣ କରାଯାଇଛି ବୋଲି ହିନ୍ଦୁପକ୍ଷ ଅଭିଯୋଗ କରି ଏହାକୁ ହଟାଇବା ପାଇଁ କୋର୍ଟରେ ଆଦେବନ କରିଛି ।