scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆୟରଲାଣ୍ଡରେ ଭାରତୀୟ ଦଳର ଜଲଓ୍ଵା, ପ୍ରଥମ ଦୁଇ ଟି-୨୦ ମ୍ୟାଚ୍‌ର ସମସ୍ତ ଟିକେଟ୍ ବିକ୍ରି

17/08/2023 at 4:56 PM

ନୂଆଦିଲ୍ଲୀ: ବିଶ୍ଵ କ୍ରିକେଟ୍‌ରେ ଭାରତୀୟ କ୍ରିକେଟ୍‌ରଙ୍କ ଲୋକପ୍ରିୟତା ଆୟରଲାଣ୍ଡ ପରି ଉଦୀୟମାନ କ୍ରିକେଟ୍ ବୋର୍ଡଙ୍କୁ ମାଲାମାଲ୍ କରି ଦେଇଛି। ପ୍ରଥମ ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ର ସମସ୍ତ ଟିକଟ୍ ବିକ୍ରି ହେଇ ସାରିଛି। କ୍ରିକେଟ୍ ଆୟରଲାଣ୍ଡ ନିଜ ଓ୍ଵେବସାଇଟ୍‌ରେ ଲେଖିଛନ୍ତି, ଭାରତ ଓ ଆୟରଲାଣ୍ଡ ମଧ୍ୟରେ ପ୍ରଥମ ଦୁଇଟି ଟି-୨୦ର ଶତ ପ୍ରତିଶତ ଟିକେଟ୍ ବିକ୍ରି ହୋଇ ସାରିଛି ଏବଂ ତୃତୀୟ ମ୍ୟାଚ୍‌ର ଟିକେଟ୍  ମଧ୍ୟ  ଜଲଦି ବିକ୍ରି ହୋଇ ସାରିଛି।

ଅଧିକ ପଢନ୍ତୁ- ଦୁର୍ଘଟଣା ପରେ ପ୍ରଥମ ଥର ବ୍ୟାଟ୍ ଧରିଲେ ଋଷଭ ପନ୍ତ, ଖେଳିଲେ ବଡ଼ ସଟ୍

ସମସ୍ତ ମ୍ୟାଚ୍ ଦ ଭିଲେଜ୍ ମାଲାହାଇଡ୍ କ୍ରିକେଟ୍ କ୍ଲବ ମଇଦାନର ଖେଳାଯିବ, ଯାହାର ଦର୍ଶକ ଧାରଣ କ୍ଷମତା ୧୧, ୫୦୦। ଇଂଲଣ୍ଡ ୨୦୦୯ରେ ଟି-୨୦ ବିଶ୍ଵକପ୍‌ର ଗ୍ରୁପ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଭାରତୀୟ ଦଳ ଆୟରଲାଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇଥିଲା। ଏ ପର୍ଯ୍ୟନ୍ତ ଆୟରଲାଣ୍ଡ ବିପକ୍ଷରେ ଭାରତ ୫ଟି ଟି-୨୦ ମୁକାବିଲା ଜିତି ସାରିଛି।

India vs Ireland Dream11 Prediction Today Match 1st T20I, Dream11 Team  Today, Fantasy Cricket Tips 2023

ପଲ୍ ଷ୍ଟର୍ଲିଂଙ୍କ ନେତୃତ୍ଵାଧୀନ ଆୟରଲାଣ୍ଡ ଦଳର ଓ୍ଵିକେଟ୍ କିପର ବ୍ୟାଟର ଲୋରକାନ ଟକର କହିଛନ୍ତି, ଭାରତଠୁ ମିଳିବାକୁ ଥିବା କଡ଼ା ଚ୍ୟାଲେଞ୍ଜକୁ ସେ ହୃଦବୋଧ କରି ପାରୁଛନ୍ତି। ବଡ଼ ଦଳ ବିରୋଧରେ ମ୍ୟାଚ୍ ଖେଳିବା ସର୍ବଦା ଖାସ୍ ଅନୁଭବ ରହିଥାଏ। ଏଠାରେ ଭାରତକୁ ବହୁତ ସମର୍ଥନ ମିଳିବ ମାତ୍ର ଏତେ ବଡ଼ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମକୁ ଆସିବା ଆୟରଲାଣ୍ଡ କ୍ରିକେଟ୍ ପାଇଁ ସୁଖବର।  ସେ କହିଛନ୍ତି ବଡ଼ ମ୍ୟାଚ୍‌କୁ ନେଇ ସେ ରୋମାଞ୍ଚିତ। ଆମେ ବିଶ୍ଵକପ୍ ଖେଳିଛୁ ଏବଂ ଭାରତ ବିପକ୍ଷରେ ମଧ୍ୟ ଖେଳି ସାରିଛୁ। ଆମେ ଜାଣିଛୁ ଯେ, ବଡ଼ ମ୍ୟାଚ୍‌ରେ ଖେଳାଳିଙ୍କ ଉପରେ ଚାପ କେମିତି ପଡ଼ିଥାଏ।

ଅଧିକ ପଢନ୍ତୁ- ଏସିଆ କପ୍‌ ଓ ବିଶ୍ଵକପ୍ ପାଇଁ ନିଜର ଦାବିଦାର ମଜବୁତ କଲେ ଏହି ଖେଳାଳି, କଟିବ ଏମାନଙ୍କ ଟିକେଟ୍

ଏହି ସିରିଜ୍ ଜରିଆରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିବ। ଏକ ବର୍ଷ ହେବ ସେ ଆହତଜନିତ ସମସ୍ୟା କାରଣରୁ ଦଳରୁ ବାହାରେ ଥିଲେ। ଆୟରଲାଣ୍ଡ ବିପକ୍ଷ ସିରିଜ୍‌ରେ ସେ ଦଳର ନେତୃତ୍ଵ ନେଉଛନ୍ତି।

   Related Posts