କରୋନା ଭୟ, ମାର୍ଚ୍ଚ ୩୧ ଯାଏଁ ଦିଲ୍ଲୀରେ ସ୍କୁଲ ଓ ସିନେମା ହଲ୍ ବନ୍ଦ

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ, ୧୨|୦୩: ଦିଲ୍ଲୀ ସରକାର କରୋନା ଭାଇରସକୁ ମହାମାରୀ ଘୋଷଣା କରିଛନ୍ତି।ଏହାସହ ଦିଲ୍ଲୀର ସମସ୍ତ ସିନେମା ହଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି।

{"id":237297,"width":753,"height":424,"sizeSlug":"large"}

କେଜ୍ରିଓ୍ୱାଲ କହିଛନ୍ତି ଯେ, କରୋନା ଭାଇରସକୁ ନଜରରେ ରଖି ସମସ୍ତ ସିନେମା ହଲକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଯେଉଁ ସ୍କୁଲ ଓ କଲେଜରେ ପରୀକ୍ଷା ସରିଯାଇଛି, ସେସବୁକୁ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରାଯାଇଛି। ଏହାସହ ରାଷ୍ଟ୍ରପତି ଭବନକୁ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି।

{"id":237299,"width":747,"height":560,"sizeSlug":"large"}

ଭାରତରେ କରୋନା ଭାଇରସ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଏହି ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ମୋଟ ୭୩ଟି ମାମଲା ସାମ୍ନାକୁ ଆସିଛି। ଗୁରୁବାର ଉତ୍ତର ପ୍ରଦେଶ, ଲଦାଖ, ମହାରାଷ୍ଟ୍ର ଓ କେରଳରେ କିଛି ନୂଆ ମାମଲା ଆସିଛି।

wp:core-embed/twitter {"url":"https://twitter.com/narendramodi/status/1238056293887135745?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238056293887135745\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-scare-epidemic-aap-government-delhi-all-cinema-halls-closed-till-31st-march-2020-tmov-1-1171070.html","type":"rich","providerNameSlug":"twitter","className":""}
https://twitter.com/narendramodi/status/1238056293887135745?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238056293887135745&ref_url=https%3A%2F%2Faajtak.intoday.in%2Fstory%2Fcoronavirus-scare-epidemic-aap-government-delhi-all-cinema-halls-closed-till-31st-march-2020-tmov-1-1171070.html
/wp:core-embed/twitter

ଏପରିକି ଆଇପିଏଲ ଉପରେ ମଧ୍ୟ କରୋନା ବିପଦ ଘନେଇବାରେ ଲାଗିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଦେଶବାସୀଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବା ସରକାର ଏଥିପ୍ରତି ସତର୍କ ଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.