ଅଲରାଉଣ୍ଡର ଡ୍ଵେନ ବ୍ରାଭୋ ରଚିଲେ ଇତିହାସ, ଟି-୨୦ ଫର୍ମାଟ୍ରେ ପୂରା କଲେ ୫୦୦ ଓ୍ଵିକେଟ୍
26/08/2020 at 10:52 PM

ନୂଆଦିଲ୍ଲୀ ୨୬।୦୮: ଓ୍ଵେଷ୍ଟଇଣ୍ଡିଜର ମହାନ ଅଲରାଉଣ୍ଡର ଡ୍ଵେନ ବ୍ରାଭୋ ବୁଧବାର ଇତିହାସ ରଚିଛନ୍ତି। ସେ ଟି-୨୦ କ୍ରିକେଟ୍ରେ ୫୦୦ ଓ୍ଵିକେଟ୍ ନେବାରେ ପ୍ରଥମ ବୋଲର ହେବାର ଖ୍ୟାତି ଅର୍ଜନ କରିଛନ୍ତି। ବ୍ରାଭୋ କ୍ୟାରିବିୟାନ ପ୍ରିମିୟର ଲିଗ୍-୨୦୨୦ରେ ଟ୍ରିନବାଗୋ ନାଟଇ୍ ରାଇଡର୍ସ ତରଫରୁ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି।
ସେ ସେଣ୍ଟ ଲୁସିଆ ଜୋକ୍ସ ବିରୋଧରେ ଟି-୨୦ କ୍ରିକେଟ୍ରେ ୫୦୦ ଓ୍ଵିକେଟ୍ ପୂରଣ କରିଛନ୍ତି। ବ୍ରାଭୋ ସେଣ୍ଟ ଲୁସିଆ ଜୋକ୍ସର ବ୍ୟାଟସମ୍ୟାନ ରହକିମ କର୍ଣ୍ଣଓ୍ଵାଲଙ୍କୁ ମ୍ୟାଚ୍ର ଚତୁର୍ଥ ଓଭରରେ କୋଲିନ ମୁନରୋଙ୍କ ହାତରେ କ୍ୟାଚ୍ କରାଇ ଟି ୨୦ କ୍ରିକେଟ୍ରେ ନିଜର ୫୦୦ ତମ ଓ୍ଵିକେଟ୍ ପୂରଣ କରିଛନ୍ତି।
ବ୍ରାଭୋ ନିଜର ଦୁଇ ହାତକୁ ଉପରକୁ ଉଠାଇ ଓ୍ଵିକେଟ୍ ନେବାର ଉତ୍ସବ ପାଳନ କରିଛନ୍ତି। ଏହା ପରେ ଦଳର ସାଥୀ ଖେଳାଳି ଏହି ଉପଲବ୍ଧି ପାଇଁ ତାଳି ବଜାଇଥିଲେ। ଦୁନିଆର କୌଣସି ବି ଖେଳାଳି ଏ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ୪୦୦ ଓ୍ଵିକେଟ୍ ହାସଲ କରି ନାହାନ୍ତି।
ବ୍ରାଭୋ ୪୫୯ ମ୍ୟାଚ୍ରେ ୨୪ ହାରରେ ୫୦୦ ଓ୍ଵିକେଟ୍ ନେଇଛନ୍ତି। ସେ ଦୁଇ ଥର ପାଞ୍ଚ ଓ୍ଵିକେଟ୍ ନେବାର ଉପଲବ୍ଧି ହାସଲ ମଧ୍ୟ କରିଛନ୍ତି। ସେ ଟି-୨୦ରେ ସବୁଠୁ ଅଧିକ ଓ୍ଵିକେଟ୍ ନେବା ତାଲିକାରେ ଶୀର୍ଷରେ ଅଛନ୍ତି। ଦ୍ଵିତୀୟରେ ଶ୍ରୀଲଙ୍କାର ବରିଷ୍ଠ ବୋଲର ଲସିଥ ମାଲିଙ୍ଗା ଅଛନ୍ତି। ସେ ଅଦ୍ୟାବଧି ଟି-୨୦ରେ ୩୯୦ ଓ୍ଵିକେଟ୍ ନେଇଛନ୍ତି।
୩୬ ବର୍ଷ ହେବା ପରେ ମଧ୍ୟ ବ୍ରାଭୋ ଖେଳର ଏହି ଛୋଟ ଫର୍ମାଟରେ ଜଣେ ବରିଷ୍ଠ ଖେଳାଳି। ସେ ଉଭୟ ବଲ୍ ଏବଂ ବ୍ୟାଟ୍ରେ ନିଜକୁ ସାବ୍ୟସ୍ତ କରିଛନ୍ତି। ସେ ଆଇପିଏଲ ସମେତ ସମଗ୍ର ଦୁନିଆର ଟି-୨୦ ଲିଗ୍ରେ ଖେଳିଛନ୍ତି। ସେ ଏହି ଫର୍ମାଟରେ ୧୫ରୁ ଅଧିକ ଦଳ ପାଇଁ ଖେଳି ସାରିଛନ୍ତି।