oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା

3/08/2021 at 12:31 PM

କଟକ ୩।୮: ଆସନ୍ତାକାଲିଠାରୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ୍ ଗାଇଡ୍ ଲାଇନ୍ ମୁତାବକ ଧର୍ମାନୁଷ୍ଠାନ ଖୋଲାଯିବ । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଧବଳେଶ୍ଵର ମନ୍ଦିର । ତେବେ କାଉଡିଆମାନଙ୍କ ଜଳ ଲାଗିକୁ ଏବେ ଅନୁମତି ଦିଆଯିବ ନାହିଁ ।କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ଓ ମାସ୍କ ସହ ବାବାଙ୍କ ଦର୍ଶନ କରିପାରିବେ । ସେହିପରି ବାଙ୍କୀ ଚର୍ଚ୍ଚିକା ଓ ବଡମ୍ବା ଭଟ୍ଟାରିକା ପୀଠ ମଧ୍ୟ ଆସନ୍ତାକାଲିଠାରୁ ଖୋଲିବ । ଏହାସହ କଟକ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତାକାଲିଠାରୁ ଖୋଲିବ ।

କିନ୍ତୁ କଟକ ସହରରେ ଧର୍ମାନୁଷ୍ଠାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏ ବାବଦରେ ସିଏମସି କମିଶନର ଓ ଧର୍ମାନୁଷ୍ଠାନ ଗୁଡିକର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

   Related Posts