ଚାଲିଛି ମହିଳା କଂଗ୍ରେସର ସ୍ବାଭିମାନ ସଂକଳ୍ପ ସମାବେଶ ଏପଟେ ୨୭ରୁ ବିଜେପିର ବ୍ଲକ୍ ଘେରାଓ : ବଢୁଛି ନିର୍ବାଚନୀ ସଜବାଜ !

Published By : Prameya-News7 Bureau | October 25, 2018 IST

ଭୁବନେଶ୍ବର ୨୫|୧୦: ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଲା । ଏଭଳି ସ୍ଥିତିରେ ଲୋକଙ୍କ ପାଖକୁ ଯିବାକୁ ପୁଣି ରଣନୀତି ଆରମ୍ଭ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ମହିଳା କଂଗ୍ରେସ ସ୍ବାଭିମାନ ସଙ୍କଳ୍ପ ସମାବେଶ ଆରମ୍ଭ କରିଥିବା ବେଳେ ୨ ଦିନ ପରେ ରାଜ୍ୟର ୩୧୪ ବ୍ଲକ୍ ଘେରାଉ କରିବାକୁ ଘୋଷଣା କରିଛି ବିଜେପି । ନିର୍ବାଚନ ପାଖେଇ ଆସିବା ଦେଖି ଦୁଇ ବିରୋଧି କ୍ୟାମ୍ପ ସଜବାଜ ହୋଇଛନ୍ତି । କିନ୍ତୁ ବିଜେଡି ବେଫିକର ରହିଛି । ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ଆରମ୍ଭ କରିଛି ସ୍ବାଭିମାନ ସଂକଳ୍ପ ସମାବେଶ । ମହିଳାଙ୍କ ସମ୍ମାନ ଓ ସ୍ବାଭିମାନ ପାଇଁ ଦଳ ଅଣ୍ଟା ଭିଡିଛି । ଏଥିପାଇଁ ୭୦୦୮୯୯୯୮୫୮ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛି ମହିଳା କଂଗ୍ରେସ । ସେପଟେ ଦୁର୍ନୀତି ଓ ସାଧାରଣ ଲୋକଙ୍କ ଅସୁବିଧାକୁ ମୁଦ୍ଦା କରି ଆସନ୍ତା ୨୭, ୨୯ ଓ ୩୦ ତାରିଖ ୩ ଦିନ ଧରି, ରାଜ୍ୟର ସବୁ ବ୍ଲକ୍ ଘେରାଉ କରିବ ବିଜେପି  । ଗାନ୍ଧି ଜୟନ୍ତୀରୁ ମାସେ ବ୍ୟାପୀ ଜନ ସମ୍ପର୍କ ଅଭିଯାନ ଚଳାଇଛି ବିଜେଡି । ବିରୋଧୀଙ୍କ ଅଭିଯାନକୁ କିନ୍ତୁ ଦଳ ଏଡ଼ାଇ ଦେଇଛି । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଆଳ କରି ଲୋକମାନଙ୍କୁ ମେଳି କରିବାକୁ ପ୍ରୟାସ ଆରମ୍ଭ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.