ଏଥର ରିକ୍ସାରେ ହେବ ବାଲିଯାତ୍ରା ବୁଲା : ରିକ୍ସାକୁ ପ୍ରୋତ୍ସାହନ ଓ ପ୍ରଦୂଷଣ କମ୍ କରିବାକୁ ନିଆଯାଇଛି ପଦକ୍ଷେପ

Published By : Prameya-News7 Bureau | October 27, 2019 IST

ଏଥର ରିକ୍ସାରେ ହେବ ବାଲିଯାତ୍ରା ବୁଲା । ରିକ୍ସାକୁ ପ୍ରୋତ୍ସାହନ ଦେବା ଏବଂ ବାଲିଯାତ୍ରା ବେଳେ ପ୍ରଦୂଷଣ କମାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । ଏଥିପାଇଁ ରିକ୍ସା ଚାଳକ ମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ଏହା ସହ ବାଲିଯାତ୍ରା କୁ ଯାତ୍ରୀ ପରିବହନ କରିବାକୁ ଥିବା ରିକ୍ସା ଚାଳକ ମାନଙ୍କୁ ସ୍ୱତନ୍ତ୍ର ପ୍ରକାରର ପୋଷାକ ମଧ୍ୟ ଦିଆଯିବାର ବ୍ୟବସ୍ଥା ହୋଇଛି ।  

{"id":175341}

ଧିରେ ଧିରେ ହଜିଯାଉଛି ରିକ୍ସା । ରିକ୍ସାରେ ଯାତ୍ରୀ ପରବହନ ଏକ ପ୍ରକାର ବନ୍ଦ ହେବା ସ୍ଥିତିରେ । ମାତ୍ର କଟକ ସହରରେ  ରିକ୍ସାରେ ଯାତ୍ରୀ ପରିବହନ କିଛି ପରିମାଣରେ ବଞ୍ଚି ରହିଛି । ସେପଟେ ପ୍ରଦୂଷଣ କମାଇବା ପାଇଁ ରିକ୍ସା ଓ ସାଇକେଲ୍ ବ୍ୟବହାର ଉପରେ ବିଶ୍ବର ବିଭିନ୍ନ ସ୍ଥାନରେ ଗୁରୁତ୍ତ୍ବ ଦିଆଗଲାଣି । ଏହି ପରିପ୍ରେକ୍ଷୀରେ କଟକ ବାଲିଯାତ୍ରାରେ ରିକ୍ସାରେ ଯାତ୍ରୀ ପରିବହନକୁ ଏକ ନୂଆ ଦିଗ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି କଟକ ଜିଲ୍ଲାପ୍ରଶାସନ ।

{"id":175342}

ବାଲିଯାତ୍ରା ସମୟରେ ଅଧିକରୁ ଅଧିକ ଲୋକ କିଭଳି ରିକ୍ସାରେ ବାଲିଯାତ୍ରା ଯିବେ ସେଥିପାଇଁ  ରିକ୍ସା ମାଲିକ ଓ ଚାଳକ ସଙ୍ଘ ସହ ଆଲୋଚନା କରିଛି ଜିଲ୍ଲା ପ୍ରଶାସନ । ଖୁବ୍ ଶୀଘ୍ର ରିକ୍ସା ଚାଳକ ପଞ୍ଜିକରଣ ସାରି ନିଜର ଫୋନ୍ ନମ୍ବର ଆଦି ଜିଲ୍ଲା ପ୍ରାଶାସନ ପାଖରେ ଜମା କରିବା ପାଇଁ କୁହାଯାଇଛି । ବାଲିଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ କିଭଳି ରାକ୍ସା ଚାଳକ ମାନେ ଭଲ ବ୍ୟବହାର ପ୍ରଦର୍ଶନ କରିବେ, ସେଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଏଥି ସହ ସ୍ବତନ୍ତ୍ର ପୋଷାକ ମଧ୍ୟ ଦିଆଯିବ ।

{"id":175343}

ରିକ୍ସା ରେ ବାଲିଯାତ୍ରା ଆସି ପ୍ରଦୂଷଣ କମ୍ କରିବା ଦିଗରେ ଉଦାହରଣ ସୃଷ୍ଟି କରିବା ପାଇଁ ନିଜେ ଜିଲ୍ଲାପାଳ ତାଙ୍କ ପରିବାର ସହ ରିକ୍ସାରେ ବାଲିଯାତ୍ରା ଆସିବେ ବୋଲି ସ୍ଥିର କରିଛନ୍ତି ।

{"id":175344}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.