ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କରୋନା ଭାକସିନ୍ ସମେତ ଅନେକ ପ୍ରସଙ୍ଗ ଉପରେ ହେବ ଆଲୋଚନା

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୦୪/୧୨ : ସାରା ବିଶ୍ୱରେ ଏବେବି କରୋନା ଭାଇରସର ପ୍ରକୋପ ଜାରି ରହିଛି । କରୋନା ମହାମାରୀ ଲାଗାତାର ଭାବେ ବଢିବାରେ ଲାଗିଛି । ଭାରତରେ ଏହାର ପ୍ରଭାବ ଦିନକୁ ଦିନ କମିବାରେ ଲାଗିଛି ସତ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଥମିନାହିଁ । ବର୍ତ୍ତମାନ ସମୟର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଶୁକ୍ରବାର ଦେଶରେ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତି ଓ କରୋନା ଭାକସିନ୍ ବିଷୟରେ ଆଲୋଚନା କରାଯିବ । ତେବେ ଦେଶରେ କରୋନା ଗ୍ରାଫ୍ ଦିନକୁ ଦିକ ଖସୁଛି । ତେବେ ଏହାକୁ ନେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଏବେ ବି ଅନେକ ସେକ୍ଟର ବନ୍ଦ ରହିଛି । ଅନେକ ଧର୍ମାନୁଷ୍ଠାନ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇନାହିଁ । ଏବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ । ସକାଳ ୧୦ଟା୩୦ରେ ବୈଠକ ଆରମ୍ଭ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଏହା ଅନୁଷ୍ଠିତ ହେବ ।

ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନ ଉପସ୍ଥିତ ରହିବେ । ଏହାସହ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ ଉପସ୍ଥିତ ରହିବେ ।

ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ RT-PCR ଟେଷ୍ଟ୍ କମ କରିବା ପାଇଁ ନିର୍ଦେଶ ଦେଇଥିଲେ । ସରକାରୀ ହସ୍ପିଟାଲଗୁଡିକରେ କୋଭିଡ୍ ଟେଷ୍ଟ୍ ମାଗଣାରେ କରାଇବାକୁ ନିର୍ଦେଶ ଦିଆଯାଇଛି । ଏହା ଦ୍ବାରା ଲ୍ୟାବ୍ ମାନଙ୍କରେ ଟେଷ୍ଟ୍ କରୁଥିବା ଲୋକମାନେ ସୁବିଧା ପାଇପାରିବେ ବୋଲି କେଜ୍ରିଓ୍ୱାଲ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.