ସୋମବାର ବସିବ ସର୍ବଦଳୀୟ ବୈଠକ, ପଦ୍ମପୁର ଉପନିର୍ବାଚନ ନେଇ ହେବ ଆଲୋଚନା

Published By : Prameya-News7 Bureau | November 14, 2022 IST

ଭୁବନେଶ୍ୱର ୧୪।୧୧ : ସୋମବାର ବସିବ ସର୍ବଦଳୀୟ ବୈଠକ । ପଦ୍ମପୁର ଉପ-ନିର୍ବାଚନ ନେଇ ସୋମବାର ବସିବ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସୁରୁଖୁରୁରେ ଉପନିର୍ବାଚନ ନେଇ ବୈଠକରେ ହେବ ଆଲୋଚନା ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ରେ ହେବାକୁ ଥିବା ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ପାର୍ଟି ଆରମ୍ଭ କରିଦେଲେଣି କସରତ । ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛନ୍ତି । କେବଳ ବିଜେଡି ଦଳ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।

ସେହିପରି ସୋମବାର ଦିନ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବେ । ଏଥିପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ପଦ୍ମପୁରରେ ମଧ୍ୟ ସେହି ଧାରାକୁ ବଜାୟ ରଖିବ ବୋଲି ବେଶ୍‌ ଆଶାବାଦୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.