Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ସୋମବାର ସର୍ବଦଳୀୟ ବୈଠକ, ୨୧ରୁ ଆରମ୍ଭ ହେବ ବଜେଟ୍‌ ଅଧିବେଶନ

20/02/2023 at 8:14 AM

ଭୁବନେଶ୍ୱର ୨୦।୦୨ : ସୋମବାର ବସିବ ସର୍ବଦଳୀୟ ବୈଠକ । ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। କେନ୍ଦ୍ରୀୟ ବଜେଟ୍ ପରେ ଏବେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି ।

ତେବେ ବିଧାନସଭାର ସୁପରିଚାଳନା ସୋମବାର ବସିବ ସର୍ବଦଳୀୟ ବୈଠକ ବସିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଧାନସଭା କିପରି ଚାଲିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କଠାରୁ ମତାମତ ନିଆଯିବ । ଏହି ବଜେଟ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ପୂର୍ଣ୍ଣାଙ୍ଗ ବଜେଟ ଆସିବା ସହ ଲମ୍ବା ସମୟ ଧରି ଚାଲିବ ଗୃହ କାର୍ଯ୍ୟ । ୨୦୨୪ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ବୋଲି ଅନୁମାନ କରାଯାଉଛି ।

   Related Posts