ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଲେ କେନ୍ଦ୍ର ସରକାର
13/09/2023 at 3:57 PM

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଲେ କେନ୍ଦ୍ର ସରକାର। ସେପ୍ଟେମ୍ବର ୧୭ ତାରିଖରେ ସର୍ବଦଳୟୀ ବୈଠକ ଡକାଯାଇଛି। ଏନେଇ ସମସ୍ତ ବିରୋଧୀ ଦଳର ନେତାଙ୍କମାନଙ୍କ ପାଖକୁ ଇ-ମେଲ୍ କରି ନିମନ୍ତ୍ରଣ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।
ଏନେଇ ସେ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି “ଚଳିତ ମାସ ୧୮ ତାରିଖରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ହେବାକୁ ଯାଉଥିବାରୁ ୧୭ ତାରିଖ ୪.୩୦ ମିନିଟ ସୟରେ ସର୍ବଦଳୀୟ ବୈଠକ ହେବ। ଇମେଲ ଜରିଆରେ ସମସ୍ତ ବିରୋଧୀ ନେତାଙ୍କୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ।”
ପଢ଼ନ୍ତୁ-ଦେଶରେ ସ୍ୱାଭାବିକ ଠାରୁ କମିଛି ବର୍ଷା, ବର୍ଷକରେ ଡାଲି ୩୭% ମହଙ୍ଗା
ସୂଚନା ଥାଉକି ଅଗଷ୍ଟ ୩୧ ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବା ନେଇ ଘୋଷଣା କରିଥିଲେ। ଚଳିତ ମାସ ୧୮-୨୨ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଧିବେଶନ ବସିବ। ଏଥିରେ ବିଜେପି ତାର ଏଜେଣ୍ଡା ଯେମିତି ୟୁସିସି, ଭାରତ ନାମକରଣ ଆଦି ପାସ୍ କରିପାରେ ବୋଲି କୁହାଯାଉଛି।
ଏହାକୁ ନେଇ ବିରୋଧୀ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ସରକାର ଏଜେଣ୍ଡାରୁ ଖୁଲାସା ନ କରି ସ୍ୱତନ୍ତ୍ର ଅଧିବେଶନ କାହିଁକି ଡାକିଲେ ବୋଲି ବିରୋଧୀ ନେତାମାନେ କହୁଛନ୍ତି।
ତୃଣମୁଳ କଂଗ୍ରେସ ସାଂସଦ ଡେରେକ ଓବ୍ରାଏନ୍ ଏନେଇ ସରକାରଙ୍କୁ ତେର୍ଛା ବାଣ ମାରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ସ୍ୱତନ୍ତ୍ର ଅଧିବେଶନରେ କଣ ଏଜେଣ୍ଡା ରହିଛି ସେ କଥା କୁହାଗଲା ନାହିଁ। ତେବେ ଆମେ ସାଂସଦ ଦୃଷ୍ଟିରୁ ସାମ୍ବିଧାନିକ ମୂଲ୍ୟବୋଧ ପାଇଁ ଉପସ୍ଥିତ ରହିବୁ ବୋଲି ଓବ୍ରାଏନ୍ କହିଛନ୍ତି। ସେହିପରି ଜୟରାମ ରମେଶ ମଧ୍ୟ ଏଜେଣ୍ଡ ନ କରିବାରୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ପଢ଼ନ୍ତୁ-ଅପେକ୍ଷା କର…‘PoK’ ଆପେ ଆପେ ଭାରତରେ ମିଶିଯିବ ; କେନ୍ଦ୍ର ମନ୍ତ୍ରୀ ବିକେ ସିଂହଙ୍କ ବଡ଼ ବୟାନ
ସୂଚନା ଥାଉକି, ସ୍ୱତନ୍ତ୍ର ଅଧିବେଶନ ପୁରୁଣା ସଂସଦରୁ ଆରମ୍ଭ ହୋଇ ନୂଆ ସାଂସଦକୁ ଯିବ। ସେପ୍ଟେମ୍ବର ୧୯ ତାରିଖରେ ଗଣେଶ ଚତୁର୍ଥୀ ଲକ୍ଷ୍ୟ ରଖି ସଂସଦ ପ୍ରବେଶ କରାଯିବ ବୋଲି କୁହାଯାଉଛି। ଏହି ସ୍ୱତନ୍ତ୍ର ଅଧିବେଶନରେ ଦେଶର ନାଁ କେବଳ ଭାରତ କରିବାକୁ ପ୍ରସ୍ତାବ ଆଗତ ହୋଇପାରେ। ବର୍ତ୍ତମାନ ସମ୍ବିଧାନରେ ଇଣ୍ଡିଆ ଯାହା ଭାରତ ବୋଲି କୁହାଯାଇଛି। ହେଲେ ଦେଶର ନାଁ ଭାରତ କରିବାକୁ ଦାବି ଜୋର ଧରିଥିବା ବେଳେ ସରକାର ନାମକରଣ ନେଇ ତତ୍ପର ଅଛନ୍ତି।