ସାରା ବିଶ୍ଵରେ କରୋନାରୁ ସୁସ୍ଥ ହେଲେଣି ୧ କୋଟି ୭୦ ଲକ୍ଷ ଆକ୍ରାନ୍ତ, ଜନ ହପିକନ୍ସ ବିଶ୍ଵ ବିଦ୍ୟାଳୟ ତଥ୍ୟରୁ ମିଳିଲା ଆଶ୍ଵସ୍ତିକର ଖବର

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୦୬/୦୯: ବିଶ୍ଵରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି।  ଏହା ସହ ଲୋକଙ୍କ ଚିନ୍ତା ମଧ୍ୟ ବଢିବାରେ ଲାଗିଛି। ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବିଶ୍ଵରେ ଅଦ୍ୟାବଧି ୨୬ମିଲିୟନ ଅର୍ଥାତ ୨ କୋଟି ୬୦ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। କିନ୍ତୁ ଆଶ୍ଵସ୍ତିକର କଥା ସାରା ବିଶ୍ଵରେ ଅଦ୍ୟାବଧି ୧୭ ମିଲିୟନ ବା ୧ କୋଟି ୭୦ ଲକ୍ଷରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏଭଳି ତଥ୍ୟ ପ୍ରଦାନ କରିଛି ଜନ୍ସ ହପକିନ୍ସ କରୋନା ଭାଇରସ୍ ଗବେଷଣା କେନ୍ଦ୍ର।

ସାରା ଦୁନିଆରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ୨,୬୭,୪୮,୬୩୭ରେ ପହଞ୍ଚିଛି।  ସେହି ପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୭୭ ହଜାର ୪୩୮କୁ ବୃଦ୍ଧି ଘଟିଛି ବୋଲି ସେଣ୍ଟର ଫର୍ ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିଂନିୟରିଂ (ସିଏଏସ୍ଇ) ର ସଦ୍ୟତମ ରିପୋର୍ଟୁ ପ୍ରକାଶ। ଅଦ୍ୟାବଧି ଏକ କୋଟି ୭୮ ଲକ୍ଷ ୪୦ ହଜାର ୨୨୭ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିସାରିଛନ୍ତି।  

ସୂଚନାଯୋଗ୍ୟ ଏବେ ସୁଦ୍ଧା ଆମେରିକାରେ ସବୁଠୁ ଅଧିକ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି। ଆମେରିକାରେ ୬୨ ଲକ୍ଷ କରୋନା ପୀଡିତ। କିନ୍ତୁ କରୋନା ପରୀକ୍ଷଣ ମାମଲାରେ  ଚୀନ ପରେ ଆମେରିକା ଆଗରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.