Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝାରସୁଗୁଡା ଜିଲ୍ଲାପାଳଙ୍କ ଭଲ ନିଷ୍ପତ୍ତି, ନୂଆଁଖାଇରେ ନିରାଶ୍ରୟ ପିଲା ପିନ୍ଧିବେ ନୂଆ ପୋଷାକ

18/09/2023 at 5:37 PM

ଝାରସୁଗୁଡ଼ା ୧୮/୦୯: ଝାରସୁଗୁଡା ଜିଲ୍ଲାପାଳଙ୍କ ବଡ ନିଷ୍ପତ୍ତି । ନୂଆଁଖାଇରେ ସବୁ ଶିଶୁ ଯତ୍ନ ଗୃହ, ଅନାଥାଶ୍ରମ, ଦିବ୍ୟାଙ୍ଗ ସ୍କୁଲ ପିଲା ପିନ୍ଧିବେ ନୂଆ ପୋଷାକ । ଜିଲାର ୩୫୨ ଜଣ ଏଭଳି ପିଲା ଆଜି ନିଜ ମନମୁତାବକ ପସନ୍ଦର ଡ୍ରେସ କିଣିବାକୁ ପହଂଚିଥିଲେ ବିଭିନ୍ନ ମଲରେ । ନୂଆଁଖାଇ ଉପଲକ୍ଷେ ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନୂତନ ପୋଷାକ ପ୍ରଦାନ କରାଯାଇଛି ।

ନୂଆଁଖାଇରେ ଛାତ୍ରଛାତ୍ରୀ ମାନେ ଯେପରି ନୂତନ ପୋଷାକ ପରିଧାନ କରିବେ ସେଥିପାଇଁ ନୂଆଖାଇ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଝାରସୁଗୁଡ଼ା ଓ ବେଲପାହାଡ଼ ଉଭୟ ସ୍ଥାନରେ ସମ୍ପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନେ ନିଜ ନିଜ ପସନ୍ଦର ପୋଷାକ କ୍ରୟ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଭଳି ଅବହେଳିତ ବର୍ଗର ପିଲା ଆଜି ଝାରସୁଗୁଡା ଓ ବେଳପାହାଡ଼ରେ ମଲ ବୁଲି ନିଜ ପସନ୍ଦର ଡ୍ରେସ କିଣି ଖୁବ ଆନନ୍ଦରେ ବିଭୋର ହୋଇଥିଲେ ।

you can also read….

   Related Posts