୧ ସେପ୍ଟେମ୍ବରରୁ ଲୋନ ମୋରେଟରିୟମ ସମେତ ବଦଳିଯିବ ଏହି ସବୁ ନିୟମ, ପ୍ରଭାବିତ ହୋଇପାରନ୍ତି ସାଧାରଣ ଲୋକେ

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ ୩୧।୮: କରୋନା ଭାଇରସ ମହାମାରୀ ସତ୍ତ୍ୱେ ଦେଶରେ ଅନେକ ନିୟମ ପରିବର୍ତ୍ତନ ହୋଇଛି। ଏଣୁ ସେପ୍ଟେମ୍ବର ପହିଲାରୁ ଏହି ସବୁ ପରିବର୍ତ୍ତନ ଲାଗୁ ହେବାକୁ ଯାଉଥିବା ବେଳେ ସାଧାରଣ ଲୋକଙ୍କୁ ଏହା ପ୍ରଭାବିତ କରିବା ନିଶ୍ଚିତ। ଏହି ପରିବର୍ତ୍ତନରେ କୋଭିଡ-୧୯ ଲକଡାଉନ୍‌ ଯୋଗୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା  ଲୋନ ମୋରେଟରିୟମ ଅବଧି ୩୧ ଅଗଷ୍ଟରେ ସମାପ୍ତ ହୋଇଯାଇଛି। ଏଣୁ  କରୋନାରେ ରୋଜଗାର ହରାଇଥିବା ଲୋକେ ନୂଆ ସମସ୍ୟାରେ ପଡିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି। 

{"id":322931,"sizeSlug":"large"}

କେବଳ ଲୋନ ମୋରେଟରିୟମ ନୁହେଁ ଏଲପିଜି ଗ୍ୟାସ୍ ସିଲିଣ୍ଡର, ଏୟାର ଲାଇନ୍ସ ଭଡା ଆଦି ସମ୍ପର୍କିତ ନିୟମ ମଧ୍ୟ ୧ ସେପ୍ଟେମ୍ବରରୁ ବଦଳି ଯିବ। ତେବେ ଲୋନ ମରେଟରିୟମ ପ୍ରସଙ୍ଗରେ ଆରବିଆଇ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ) ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଳି କିଛି ବ୍ୟାଙ୍କକୁ ଗ୍ରାହକଙ୍କୁ ରିହାତି ଅଧିକାର ଦେଇଛନ୍ତି। ଏହି ବ୍ୟାଙ୍କମାନେ ଏ ନେଇ ଆଗାମୀ ସପ୍ତାହରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି।

{"id":322932,"width":576,"height":384,"sizeSlug":"large"}

ସେହିପରି ସେପ୍ଟେମ୍ବର ପହିଲାରୁ ଏଲପିଜି, ସିଏନଜି ଓ ପିଏନଜି ନେଇ ନୂଆ ପରିବର୍ତ୍ତନ ଆଣି ପାରନ୍ତି। ପ୍ରତି ମାସର ୧ ତାରିଖରେ ଏଲପିଜି ନୂଆ ଦର ସ୍ଥିର ହୋଇଥାଏ । ତେବେ ସେପ୍ଟେମ୍ବର ପହିଲାରୁ କମ୍ପାନୀମାନେ ଏଲପିଜି, ସିଏନଜି ଓ ପିଏନଜି ଦର ହ୍ରାସ କରିପାରନ୍ତି ବୋଲି ଆଶା କରାଯାଉଛି। ତେବେ ସେପ୍ଚେମ୍ବର ପହିଲାରୁ ଦେଶରେ ବିମାନ ଯାତ୍ରା ମହଙ୍ଗା ହୋଇପାରେ ବୋଲି ଅନୁମାନ କରାଯାଉଛି।

{"id":322936,"width":580,"height":386,"sizeSlug":"large"}

ସେପ୍ଟେମ୍ବର ପହିଲାରୁ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଠାରୁ ଉଚ୍ଚ ବିମାନ ସୁରକ୍ଷା ଶୁଳ୍କ (ଏଏସଏଫ) ଆଦାୟ କରାଯିବ। ଘରୋଇ ଯାତ୍ରୀଙ୍କ ଠାରୁ ଏଏସଏଫ ଶୁଳ୍କ ଏଣିକି ୧୫୦ ଟଙ୍କା ବଦଳେ ୧୬୦ ଟଙ୍କା ଆଦାୟ କରାଯିବାକୁ ଥିବା ବେଳେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଠାରୁ ୪.୮୫ ଡଲାର ବଦଳେ ୫.୨ ଡଲାର ଆଦାୟ କରାଯିବ। ଅର୍ଥାତ ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି ଯାତ୍ରୀଙ୍କୁ ଅଧିକ ୪୦ ଟଙ୍କା ଦେବାକୁ ପଡିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.