ଆସନ୍ତା କାଲିଠୁ ରାଜ୍ୟରେ ଡାକ୍ତର ଆନ୍ଦୋଳନ, ଡାକରା ଦେଇଛି ଓମସା

Published By : Prameya-News7 Bureau | October 27, 2018 IST

ଭୁବନେଶ୍ବର୨୭|୧୦: ଶିକ୍ଷକ, ଓକିଲଙ୍କ ପରେ ଏବେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର । ଡିଏସପି ଲାଗୁ, ସୁରକ୍ଷା ଏବଂ ଡ୍ୟୁଟି ସମୟ ଧାର୍ଯ୍ୟ କରିବାଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଓମସା । ଯେତେବେଳ କି ରାଜ୍ୟରେ ତିତିଲରେ କ୍ଷୟକ୍ଷତି ଘଟିଛି ଏବଂ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି, ସେତିକି ବେଳେ ଆନ୍ଦୋଳନ ଡାକରା ଦେଇଛନ୍ତି ଡାକ୍ତର । ଏହା କେତେଦୂର ଯୁକ୍ତଯୁକ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ସ୍ବାସ୍ଥ୍ୟ ମନ୍ତ୍ରୀ କହୁଛନ୍ତି, ଓମସା ସହ ଆଲୋଚନା ଚାଲିଛି । ଶିକ୍ଷକ, ଓକିଲ ପରେ କାଲି ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର । ତିତିଲ ପ୍ରଭାବରେ ରାଜ୍ୟର ୧୭ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଗିଡ଼ି ଯାଇଛି ସ୍ବାସ୍ଥ୍ୟସେବା । ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ବାହାର ଜିଲ୍ଲାର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଏଭଳି ସ୍ଥିତିରେ ଆନ୍ଦୋଳନ ଡାକରା ଦେଇଛି ଓମସା । ଡିଏସପି ଲାଗୁ କରିବା, ଡ୍ୟୁଟି ସମୟ ଧାର୍ଯ୍ୟ  ଏବଂ ସୁରକ୍ଷା ଆଦି ପ୍ରସଙ୍ଗ ଦାବିରେ ଆସନ୍ତାକାଲି ଠାରୁ ସମସ୍ତ ସରକାରୀ ଡାକ୍ତର ଛୁଟିରେ ରହିବାକୁ ଘୋଷଣା କରିଛନ୍ତି ସେପଟେ ଓମସା ସହ ଆଲୋଚନା ଜାରି ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ୨୦୧୦ ମସିହାରୁ ଡିଏସପି ଲାଗୁ କରିବା ପାଇଁ ସ୍ବାସ୍ଥ୍ୟ, ଅର୍ଥ ଏବଂ ଆଇନ୍ ବିଭାଗକୁ ନେଇ କମିଟି ଗଠନ ହୋଇଥିଲା ।ହେଲେ ଦିନେବି ଏପର୍ଯ୍ୟନ୍ତ ବୈଠକ ବସିନାହିଁ। ଯାହାକୁ ଇସ୍ୟୁ କରିଛି ଓମସା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.