ମନ୍ତ୍ରିମଣ୍ଡଳ ନବକଳେବର ! ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | June 04, 2022 IST

ଭୁବନେଶ୍ୱର ୦୪।୦୬ : ନବୀନଙ୍କ ମନ୍ତ୍ରିମଣ୍ଡଳର ହେବ ନବକଳେବର । ରବିବାର ପୂର୍ବାହ୍ନ ୧୧.୩୦ରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ରାଜନୀତିରେ ହଲ୍‌ଚଲ୍‌, ଚାରିରୁ ଛଅ ଜଣ ମନ୍ତ୍ରୀଙ୍କ ବଦଳାଯିବା ଖବର ଆସୁଥିବା ବେଳେ ଏବେ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିବା ସୂଚନା ଆସିଛି । ବାଚସ୍ପତିଙ୍କ ପରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।

ରାଜ୍ୟ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୦ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ନବ ଦାସ, ଜଗନ୍ନାଥ ସାରକା, ଦିବ୍ୟଶଙ୍କର ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ଟୁକୁନୀ ସାହୁ, ତୁଷାରକାନ୍ତି ବେହେରା ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।

ତେବେ ଯାହାବି ହେଉ ୨୦୨୪ ନିର୍ବାଚନ ପୂର୍ବରୁ ସରକାର ଏବଂ ଦଳକୁ ସକ୍ରିୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଷ୍ଟ୍ରାଟେଜି କରିଥିବା ମନେ ହେଉଛି । ନୂଆ ମନ୍ତ୍ରିମଣ୍ଡଳରେ କିଛି ଯୁବ ଚେହେରାଙ୍କୁ ସାମିଲ କରାଯିବାକୁ ଥିବା ବେଳେ ପୁରୁଖା ନେତାଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ । ଏହାଛଡ଼ା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ସନ୍ତୋଷଜନକ ପ୍ରଦର୍ଶନ ଅଭାବରୁ କିଛି ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.