କଂଗ୍ରେସର ନୂଆ ୪୭ ଜଣିଆ ପରିଚାଳନା କମିଟି ଗଠିତ; ଓଡ଼ିଶାରୁ ଭକ୍ତ ଚରଣ ଦାସ

Published By : Prameya-News7 Bureau | October 26, 2022 IST

ନୂଆଦିଲ୍ଲୀ I ଭୁବନେଶ୍ୱର ୨୬/୧୦: କଂଗ୍ରେସର ମଙ୍ଗ ସମ୍ଭାଳିବା ପରେ ଆକ୍ସନ ମୋଡ୍‌ରେ ମଲ୍ଲିକାର୍ଜୁନ ଖଡଗେ। ସେ କଂଗ୍ରେସର ନୂଆ କାର୍ଯ୍ୟକାରୀ କମିଟି ଘୋଷଣା କରିଛନ୍ତି। ଏହି କମିଟିରେ କଂଗ୍ରେସର ୪୭ ଜଣ ବରିଷ୍ଠ ପୁରୁଖା ନେତା ସ୍ଥାନ ପାଇଛନ୍ତି। ଏହି ୪୭ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଓ ସାଂସଦ ଭକ୍ତ ଚରଣ ଦାସ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ସୋନିଆ ଗାନ୍ଧୀ, ମନମୋହନ ସିଂହ, ରାହୁଲଗାନ୍ଧୀ, ଏ ଚେଲ୍ଲା କୁମାର, ଆନନ୍ଦ ଶର୍ମା, ଅଜୟ ମାକନେ ସ୍ଥାନ ପାଇଛନ୍ତି। ଯେତେ ପର୍ଯ୍ୟନ୍ତ ନୂଆ କାର୍ଯ୍ୟକାରି କମିଟି ତିଆରି ନ ହୋଇଛି ସେତେପର୍ଯ୍ୟନ୍ତ ଏହି ପରିଚାଳନା  ସମିତି ଦ୍ୱାରା ଦଳର କାର୍ଯ୍ୟ ପରିଚାଳିତ ହେବ।

ସୂଚନାଥାଉକି, କଂଗ୍ରେସ କାର୍ଯ୍ୟକାରି କମିଟି (ସିଡବ୍ଲୁସି) ଦଳର ନିର୍ଣ୍ଣାୟକ ସଂସ୍ଥା। କିନ୍ତୁ ଯେବେ ପର୍ଯ୍ୟନ୍ତ ଏହାର ଗଠନ ହୋଇନି ପରିଚାଳନା କମିଟି ସମସ୍ତ ନିଷ୍ପତ୍ତି ନେବ। ଗତକାଲି ବା ଅକ୍ଟୋବର ୨୫ରେ ସମସ୍ତ ସଦସ୍ୟ ଏହି କାର୍ଯ୍ୟକାରି କମିଟିରୁ ଇସ୍ତଫା ଦେଇଥିଲେ। କଂଗ୍ରେସର ଦଳୀୟ ସମ୍ୱିଧାନର ନିୟମ ଅନୁସାରେ କାର୍ଯ୍ୟକାରି କମିଟିରେ ୧୧ ଜଣ ମନୋନିତ ସଦସ୍ୟ ଓ ୧୨ ଜଣ ନିର୍ବାଚିତ ସଦସ୍ୟ ରହନ୍ତି। ଦଳର ପୂର୍ଣ୍ଣ କାଳୀନ ଅଧିବେଶନରେ କାର୍ଯ୍ୟକାରୀ କମିଟି ଘୋଷଣା କରାଯିବ।

ଏବେ କରାଯାଇଥିବା ପରିଚାଳନା କମିଟିରେ ୪୭ ଜଣ ନେତାଙ୍କୁ ସ୍ଥାନ ଦିଆଯାଇଛି। ଏଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂହଙ୍କୁ ଛାଡ଼ି ଏକେ ଆଣ୍ଟୋନି, ଅଭିଷେକ ମନୁ ସିଂବି, ଅଜୟ ମାକନ, ଅମ୍ବିକା ସୋନୀ, ଆନନ୍ଦ ଶର୍ମା, ଅବିନାଶ ପାଣ୍ଡେ, ହରିଶ ରାୱତ, ଜୟରାମ ରମେଶ, ଜିତେନ୍ଦ୍ର ସିଂ, କୁମାରୀ ଶୈଲଜା, କେସି ବେଣୁ ଗୋପାଲ, ମୁକୁଲ ୱାସନିକ, ଓମେନ୍ ଚେଣ୍ଡି, ପି ଚିଦାମ୍ବରମ୍, ରଣଦୀପ ସିଂ ସୁରଜେୱାଲା, ରଘୁବୀର ମୀନା, ତାରିକ ଅନୱର, ଅହିର ରଂଜନ ଚୌଧୁରୀ, ଦେବେନ୍ଦ୍ର ଯାଦବ ଦିଗବିଜୟ ସିଂହ, ଦୀନେଶ ଗୁଣ୍ଡୁ ରାଓ, ହରିଶ ଚୌଧୁରୀ, ଏଚ୍.କେ ପାଟିଲ, ଜୟ ପ୍ରକାଶ ଅଗ୍ରୱାଲ, କେଏଚ ମୁନିୟପ୍ପା, ବି ମାଣିକମ୍ ଟାଗୋର, ମନୀଷ ଚତରଥ, ମୀରା କୁମାର, ପିଏଲ୍ ପୁନିଆ, ପୱନ କୁମାର ବନସଲ, ପ୍ରମୋଦ ତିୱାରୀ, ରଂଜନୀ ପାଟିଲ, ରଘୁ ଶର୍ମା, ସଞ୍ଜୀବ ଶୁକ୍ଳା, ସଲମାନ ଖୁରସିଦ, ଶକ୍ତିସିଂହ ଗୋହିଲ, ଟି ସୁବିରାମି ରେଡ୍ଡୀ, ତାରିକ ହମିଦ୍‌ ସାମିଲ୍‌ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.