ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ମୁସ୍‌ଲିମ ଲ’ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ; ଭାରତ ଭଳି ବହୁ ସଂସ୍କୃତି ସମ୍ପନ୍ନ ଦେଶରେ ୟୁନିଫର୍ମ ସିଭିଲ୍ କୋଡ ଅପ୍ରାସଙ୍ଗିକ ବୋଲି କହିଲା ସଂଗଠନ

6/02/2023 at 12:35 PM

ନୂଆଦିଲ୍ଲୀ: ଦେଶରେ ୟୁନିଫର୍ମ ସିଭିଲ କୋର୍ଡର କୌଣସି ଆବଶ୍ୟକତା ନାହିଁ। ଏହା ଭାରତ ଭଳି ବହୁ ସଂସ୍କୃତି ସମ୍ପନ୍ନ ଦେଶରେ ଅପ୍ରାସଙ୍ଗିକ। ଗତକାଲି ଲକ୍ଷ୍ନୌରେ ଆୟୋଜିତ ଅଲ୍ ଇଣ୍ଡିଆ ମୁସ୍ଲିମ ପର୍ଶନାଲ ଲ ବୋର୍ଡ ବୈଠକରେ ଏପରି ବୟାନ ଦିଆଯାଇଛି।ଜ୍ଞାନବ୍ୟାପୀ ମସ୍‌ଜିଦ୍ ବିବାଦ ଓ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ନେଇ ଗତକାଲି ବୈଠକ ହୋଇଥିଲା। ଏହି ବୈଠକରେ ଅଲ୍ ଇଣ୍ଡିଆ ମୁସ୍ଲି-ଇ ଇତ୍ତେହାଦୁଲ ମୁସ୍ଲିମୀନ(AIMIM) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ ଯୋଗ ଦେଇଥିଲେ।

ଜ୍ଞାନବ୍ୟାପୀ ମସ୍‌ଜିଦ୍ ବିବାଦ ଓ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ନେଇ ଗତକାଲି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଅଲ୍‌ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ(AIMPLB) ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ସିଭିଲ କୋଡକୁ ଅପ୍ରାସଙ୍ଗିକ କୁହାଯାଇଛି। ଏଥିସହିତ ଦୋଷ ପ୍ରମାଣିତ ନ କରି ସରକାର ବୁଲ୍‌ଡୋଜର ଚଢ଼ାଇ ସଂଖ୍ୟା ଲଘୁଙ୍କ ଘର ଭାଙ୍ଗି ଦେଉଛନ୍ତି ବୋଲି ବୋର୍ଡ ଅଭିଯୋଗ କରିଛି। ତା ସହ ବାଲ୍ୟ ବିବାହ ଆଇନକୁ ନେଇ ଆସାମ ସରକାରଙ୍କ ଗିରଫଦାରୀ ତୁରନ୍ତ ବନ୍ଦ କରାଯାଉ ବୋଲି ବୋର୍ଡ ଦାବି କରିଛି।

ପଢନ୍ତୁ-ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଆକ୍ରମଣ; ୧୨ ମନ୍ଦିରରେ ପଶି ୧୪ ମୂର୍ତ୍ତୀ ଭାଙ୍ଗିଲେ ଦୁର୍ବୃତ୍ତ

ୟୁନିଫର୍ମ ସିଭିଲ୍ କୋଡ ଅପ୍ରାସଙ୍ଗିକ

ଦେଶରେ ୟୁନିଫର୍ମ ସିଭିଲ୍ କୋଡ(ୟୁସିସି) ଲାଗୁ କରିବାକୁ ବିରୋଧ କରିଛି ମୁସ୍ଲିମ ପର୍ଶନାଲ ଲ ବୋର୍ଡ। ମୌଳିକ ଅଧିକାରରେ ଧର୍ମୀୟ ସ୍ୱାଧିନତା ରହିଛି। ହେଲେ ୟୁସିସି ଆଣିଲେ ଏହା ନାଗରିକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବ। ତେଣୁ ଭାରତ ଭଳି ବହୁ ଧର୍ମୀ, ବହୁ ସଂସ୍କୃତି ଓ ବହୁ ଭାସୀ ଦେଶ ପାଇଁ ୟୁସିସି ଆଇନ ନା ପ୍ରାସଙ୍ଗିକ ହେବ ନା ଲାଭଦାୟକ ହେବ। ମୁସ୍ଲିମ ଲ ବୋର୍ଡ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଏପରି କୁହାଯାଇଛି।

ଜାରି ହୋଇଥିବା ବିଜ୍ଞପ୍ତିରେ ଅଭିଯୋଗ ହୋଇଛି ଯେ ଦେଶର ପରିବେଶ ବର୍ତ୍ତମାନ ପନ୍ଧୁତ୍ୱପୂର୍ଣ୍ଣ ହୋଇ ନାହିଁ। ସରକାର ସଂଖ୍ୟାଲଘୁଙ୍କ ଉପରେ ଯେଉଁ ଆଇନ ଲଦିବାକୁ ଚେଷ୍ଟା କରୁଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଆଇନର ଉଲ୍ଲଂଘନ କରୁଛି। ନାଡୱାତୁଲ ଉଲେମା ପକ୍ଷରୁ ଏହି ବୈଠକ ଆୟୋଜିନ କରାଯାଇଥିବା ବେଳେ ଏଥିରେ ଅଲ୍ ଇଣ୍ଡିଆ ମୁସ୍ଲି-ଇ ଇତ୍ତେହାଦୁଲ ମୁସ୍ଲିମୀନ(AIMIM) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ ଯୋଗ ଦେଇଥିଲେ।

ଧ୍ୱଂଶ ଆଡ଼କୁ ଯାଉଛି ଦେଶ
ବୈଠକରେ ସରକାରଙ୍କର ନୀତିକୁ ସମାଲୋଚନା କରିବା ସହ ଚେତାବନୀ ଦେଇଛି AIMPLB । ଯଦି ସରକାର ଏଭଳି ନିୟମିତ ଦେଶର ଭାତ୍ରୁଭାବ ଉପରେ କୁଠାରଘାତ କରନ୍ତି ତେବେ ଦେଶକୁ ଏକ ବଡ଼ ବିପଦ ଆଡ଼କୁ ଟାଣିନେବ। ତେଣୁ ଦେଶରେ ମୈତ୍ରି ଭାବ ବଜାଇ ରଖିବା ପାଇଁ ଦେଶର ବଡ଼ ବଡ଼ ନେତା, ଧାର୍ମଗୁରୁ ଓ ଗଣମାଧ୍ୟମ ସମସ୍ତେ ସହଯୋଗ ପାଇଁ ଆଗେଇ ଆସିବାକୁ ବୋର୍ଡ ଆହ୍ୱାନ ଦେଇଛି। ଏଥିସହିତ କିଛି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବୋର୍ଡ କହିଛି ଯେ ସମ୍ବିଧାନର ମୈଳିକ ନୀତିର ଉଲ୍ଲଂଘନ କରାଯାଉଛି। ଦୋଷ ପ୍ରମାଣ ନ କରି ସଂଖ୍ୟାଲଘୁଙ୍କ ଘର ଭଙ୍ଗାଯାଉଛି।

ନ୍ୟାୟପାଳିକା ଶେଷ ଆଶା

ସଂଖ୍ୟାଲଘୁଙ୍କ ପାଇଁ ବର୍ତ୍ତମାନ ନ୍ୟାୟପାଳିକା ହିଁ ଶେଷ ଆଶା ପାଲଟିଛି। ତେଣୁ ଦେଶର ବର୍ତ୍ତମାନ ସ୍ଥିତି ଉପରେ ନ୍ୟାୟପାଳିକା ଗୁରୁତ୍ୱାରୋପ କରନ୍ତୁ ବୋଲି ବୋର୍ଡ ଦାବି କରିଛି। ବୋର୍ଡରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ ଲ ବୋର୍ଡ ମେମ୍ବର ମୌଲାନା ଖାଲିଦ ରଶୀଦ ପରଙ୍ଗୀ ମହାଲୀ କହିଛନ୍ତି ଯେ ଦେଶରେ ଧର୍ମାନ୍ତରିକରଣ, ଓ ଜ୍ଞାନବ୍ୟାପୀ ପରି ସଂଖ୍ୟାଲଘୁ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନ ହୋଇଥିଲା। କେମିତି ଗରିବ ଲୋକ ଓ ମୁସ୍ଲିମଙ୍କର ଶିକ୍ଷାରେ ଉନ୍ନତୀ ହେବ ଓ ମହିଳାମାନେ ସାମାଜିକ କର୍ମରେ ଯୋଗ ଦେବେ ସେ ନେଇ ଆଲୋଚନା ହୋଇଥିଲା ବୋଲି ମହାଲି କହିଛନ୍ତି।   

   Related Posts